ସଂକଟାପର୍ଣ୍ଣ ବିଦ୍ୟୁତ ତାର ତଳେ ଅର୍ଜୁନଡ଼ିହି ଗାଁର ଛଅ ପରିବାର
ସମ୍ବଲପୁର, (ଲିପନ ନାଏକ ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅର୍ଜୁନଡ଼ିହି ଗ୍ରାମରେ ଦେଖିବାକୁ ମିଳିଛି ବିଦ୍ୟୁତ ବିଭାଗ ର ଖାମଖିଆଲି ନୀତି, ଏଇ ଗ୍ରାମର ଛଅ ଗୋଟି ପରିବାର ର ଛାତ ର ଏକ ଫୁଟ ଉପରେ ଇଲେଭେନ କେଭି (11କେଭି) ବିଦ୍ୟୁତ ପ୍ରଭାହିତ ହେଉଥିବାରୁ, ପ୍ରତ୍ୟେକ ଦିନ ଭୟ ରେ ରହୁଛନ୍ତି ପରିବାର, ଆଗକୁ ବର୍ଷା ଋତୁ ସାଙ୍ଗକୁ ବର୍ତ୍ତମାନର କାଳବୈସାକ୍ଷୀ ରେ କେତେବେଳେ ଯେ ଅଘଟଣ ଘଟିଯିବ ଏଇ ଚିନ୍ତା ରେ ପରିବାର, ଏ ନେଇ ଗ୍ରାମବାସୀ ଜିଲ୍ଲାପାଳ ସମେତ ବିଦ୍ୟୁତ ବିଭାଗ ଏସଡ଼ିଓ, କନିଷ୍ଠ ଯନ୍ତ୍ରୀ ଙ୍କୁ ବିଦ୍ୟୁତ ତାର ସ୍ଥାନାନ୍ତର ପାଈଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ, ଏନେଇ ବିଦ୍ୟୁତ ଭିଭାଗ ଏସଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ ଜୟନ୍ତ ପଟେଲଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟୁତ ତାର ସ୍ଥାନାନ୍ତର ପାଈଁ ବିଳମ୍ବ ହେବ କିନ୍ତୁ ସମସ୍ୟାରେ ଅସ୍ଥାୟୀ ସମାଧାନ ଏଇ ଆଠ ଦିନ ଭିତରେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି.