ବୁଢ଼ି ମାଆ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ମାଧବରୀଡା ଗ୍ରାମରେ ଶ୍ରୀ ଶ୍ରୀ ମାଆ ବୁଢୀମା ଠାକୁରାଣୀଙ୍କ ମନ୍ଦିର ପୁନରୁଦ୍ଧାର ଏବଂ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଏବଂ ଘୃତ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଅନୁଷ୍ଠିତ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞରେ ତୁଳସୀ ପଲ୍ଲୀ, ଗେରେଡା, ଜିଲୁଣ୍ଡି,ସୋଲଣ୍ଡି ଏବଂ ଜଗନ୍ନାଥପ୍ରସାଦ କଇଠ ସାହିର ନାମ ସଂକୀର୍ତ୍ତନ ମଣ୍ଡଳୀ ଅଂଶ୍ରଗହଣ କରିଥିଲେ, ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଯଜ୍ଞ ଦେଖିବା ସହ ପ୍ରସାଦ ସେବନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା, ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ