ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ରାପଡା ବିଧାୟକଙ୍କ ସିଧାକଥା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଉର୍ଦ୍ଦୁ ପାଠାଗାର ପରିସରରେ ଶନିବାର ଅପରାହ୍ନରେ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ସହିତ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ସିଧା କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉର୍ଦ୍ଦୁ ପାଠାଗାର ପରିଚାଳନା ସମିତି ସଦସ୍ୟ ସୟଦ ଅକମଲ ଅଲ୍ଲୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଯୋଗଦେଇ କେନ୍ଦ୍ରାପଡା ଉର୍ଦ୍ଦୁ ପାଠାଗାର କିଭଳି ଏକ ଆଦର୍ଶ ପାଠାଗାର ଭାବେ ସ୍ୱୟଂସଂପୂର୍ଣ୍ଣ ହୋଇ କାର୍ଯ୍ୟ କରିବ ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଠାରୁ ସିଧାସଳଖ ପ୍ରସ୍ତାବ ଆହ୍ୱାନ କରିଥିଲେ । ଉପସ୍ଥିତ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନେ ଯଥାଶୀଘ୍ର ଉର୍ଦ୍ଦୁ ପାଠାଗାର କାର୍ଯ୍ୟକ୍ଷମ ହେବା, ଇ-ପାଠାଗାର ବ୍ୟବସ୍ଥା କରାଯିବା, ଆବଶ୍ୟକ ପୁସ୍ତକ ରଖାଯିବା, କ୍ରୀଡା ସମ୍ପର୍କିତ ପୁସ୍ତକ ପାଠାଗାରରେ ସ୍ଥାନ ପାଇବା ପ୍ରଭୃତି ପ୍ରସ୍ତାବ ମାନ ଦେଇଥିଲେ । ସେଠାରେ ଉପସ୍ଥିତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀ ସୟଦା ସିଦରାତୁନ ମୁନତେହା କେନ୍ଦ୍ରାପଡା କଲେଜର ବିଜ୍ଞାନଗାରକୁ ସ୍ୱୟଂସଂପୂର୍ଣ୍ଣ ପାଇଁ ଆବଶ୍ୟକ ଉପକରଣର ବ୍ୟବସ୍ଥା ସହ କଲେଜ ପାଠାଗାରରେ ଆବଶ୍ୟକ ବିଜ୍ଞାନ ପୁସ୍ତକ ରଖାଯିବା ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଶ୍ରୀ ବେହେରା ଏଥିପ୍ରତି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ବିଧାୟକ କେନ୍ଦ୍ରାପଡା ଉର୍ଦ୍ଦୁ ପାଠାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହ ସେଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏଥିସହିତ ପାଠାଗାରରେ ଏକ ଉର୍ଦ୍ଦୁ ଶିକ୍ଷା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । କେନ୍ଦ୍ରାପଡାର ଏକମାତ୍ର ବାଳିକା ମଦ୍ରାସାର ସର୍ବାଙ୍ଗିନ ବିକାଶ ପାଇଁ ସେ ପ୍ରତିଶୃତି ବଦ୍ଧ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଡଃ. ହୁସେନ ରବି ଗାନ୍ଧୀ ଅତିଥି ଭାବେ ଯୋଗଦେଇ ଆଜିର ଯୁଗରେ ଉର୍ଦ୍ଦୁ ଶିକ୍ଷା ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୈାଶଳ ହାସଲ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉର୍ଦ୍ଦୁ ଶିକ୍ଷାର ବିକାଶ କ୍ଷେତ୍ରରେ ବିଧାୟକ ଶ୍ରୀ ବେହେରାଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୁଇଜ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ବିଧାୟକ ପୁରସ୍କୃତ କରିଥିଲେ । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଜେଡି ଯୁବନେତା ମହମ୍ମଦ ମୀର ଅମୀର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁସରଫ ରଜା, ମୈାଲାନା ଖୁରସିଦ, ମୈାଲାନା ତବରେଜ, ମୈାଲାନା ସେକ ଇଲାହିବକ୍ସ, ଲିଆକତ ଅଲ୍ଲୀ(ନସ୍ରୁ),ସେକ ଇଦ୍ରିସ ଅଲ୍ଲୀ, ମହମ୍ମଦ ଅସଗର ଅଲ୍ଲୀ, ମହମ୍ମଦ ଫାୟାଜୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରକିବୁର ରହେମାନ, ସେକ ନସିମଉଦ୍ଦିନ, ମହମ୍ମଦ ଅକ୍ରମ ଖାଁ, ସେକ ମହମ୍ମଦ ଗୟାସଉଦ୍ଦିନ, ସେକ ବରକାତୁଲ୍ଲା, ମହମ୍ମଦ ଜଲାଲଉଦ୍ଦିନ, ଚାନ୍ଦ ଖାନ, ଟିକି ବାବୁ, ସେକ ସରାଫତ, ସେକ ଗୋଫ୍ରାନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ