ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ଚାଲି ଚାଲି ଫେରିଲେ ଲୋକେ

ରାୟଗଡ଼ା, (ୱାଇଏନ୍‌ଏସ୍‌): ସଂଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା । ନା ଲୋକଙ୍କୁ ଦିଆଯାଉଛି ପାଣି ନା ଖାଇବା ଖାଦ୍ୟ । ଫଳରେ ଲୋକେ ବିରକ୍ତି ପ୍ରକାଶ କରି ଚାଲିଚାଲି ନିଜ ଘରକୁ ଫେରିଥିଲେ ।ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସିରିଝୁଲି ପଞ୍ଚାୟତର । ଏହି ପଞ୍ଚାୟତର ବିଜୟପୁର ଗ୍ରାମରେ 90 ଜଣ ପଜିଟିଭ ଚିହ୍ନଟ ହେବା ପରେ ସିରିଝୁଲି ପଞ୍ଚାୟତର ସମସ୍ତଙ୍କ ସ୍ୱାବ ପରୀକ୍ଷା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଫଳସ୍ୱରୂପ ଗତକାଲି ଏହି ପଞ୍ଚାୟତର ପ୍ରାୟ ଶତାଧିକ ରମାନଗୁଡା ବ୍ଲକ କୁଜେନ୍ଦ୍ରୀ ସଂଗରୋଧ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ନା କୌଣସି ଅଧିକାରୀ ଥିଲେ ନା କିଛି ବ୍ୟବସ୍ଥା ହୋଇଥିଲା । ସେମାନଙ୍କୁ ସେଠାକାର ଲୋକେ ବିରୋଧ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ଲୋକମାନେ ଚାଲିଚାଲି ନିଜ ଘରକୁ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏ ନେଇ ପ୍ରଶାସନକୁ ଅବଗତ କରିବାରୁ ସବୁ ବ୍ୟବସ୍ଥା ଠିକ ଅଛି, ଆଜି ପୁନର୍ବାର ସେମାନଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ସଂଗରୋଧ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା କୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ