କୁଏତ୍ ଛାଡ଼ିପାରନ୍ତି ୮ ଲକ୍ଷ ଭାରତୀୟ
ନୂଆଦିଲ୍ଲୀ: ୮ ଲକ୍ଷ ଭାରତୀୟଙ୍କୁ କୁଏତ୍ ଛାଡ଼ିଯିବାକୁ ବାଧ୍ୟ କରାଯାଇପାରେ। କୁଏତ୍ର ଜାତୀୟ ବିଧାନସଭାର (ପାର୍ଲାମେଣ୍ଟ୍) ଲିଗାଲ୍ ଆଣ୍ଡ୍ ଲେଜିସ୍ଲେଟିଭ୍ କମିଟି ପ୍ରବାସୀ କ୍ବୋଟା ବିଲ୍ର ଏକ ଚିଠାକୁ ଅନୁମୋଦନ କରିଛି। ଫଳରେ ସେଠାରେ ବସବାସ କରୁଥିବା କମିଟି କହିବା ଅନୁସାରେ, ଏହି ଚିଠା ବିଲ୍ ସାମ୍ବିଧାନିକ ଏବଂ ଜନସଂଖ୍ୟାର ୧୫% ମଧ୍ୟରେ ଭାରତୀୟଙ୍କୁ ସୀମିତ ରଖିବା ଏହାର ଉଦ୍ଦେଶ୍ୟ। ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତି କରାଯିବା ନିମନ୍ତେ ଉକ୍ତ ବିଲ୍କୁ ସମ୍ପୃକ୍ତ କମିଟିକୁ ପଠାଇଦିଆଯିବ। ଦେଶର ସମୁଦାୟ ପ୍ରବାସୀ ଜନସଂଖ୍ୟା ୭୦% ରୁ ୩୦%କୁ ହ୍ରାସ କରାଯିବ ବୋଲି କୁଏତ୍ର ପ୍ରଧାନମନ୍ତ୍ରୀ କହିବାର ମାସେ ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
କୁଏତ୍ ସରକାରଙ୍କ ତଥ୍ୟ ଅନୁସାରେ, କୁଏତ୍ର ସମୁଦାୟ ୪. ୮ ନିୟୁତ ଜନସଂଖ୍ୟାରୁ ବିଦେଶୀ ହେଉଛନ୍ତି ୩. ୪ ନିୟୁତ। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧାର କରି ‘ଗଲ୍ଫ୍ ନିଉଜ୍’ କହିଛି, ନୂଆ ବିଲ୍ କାରଣରୁ ୮ ଲକ୍ଷ ଭାରତୀୟ କୁଏତ ଛାଡ଼ିବେ। କୁଏତ୍ରେ ୧. ୪୫ ନିୟୁତ ଭାରତୀୟ ପ୍ରବାସୀ ଭାବେ ଅଛନ୍ତି। ସେଠାରେ ସର୍ବବୃହତ ପ୍ରବାସୀ ସମୁଦାୟ ଭାବେ ଭାରତୀୟ ରହିଛନ୍ତି।


