ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ମିଠା ଖୁଆଇ ବିଦାୟ ଦେଲେ ନୋଡାଲ ଅଫିସର
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ପ୍ରବାସୀଙ୍କୁ ବିଦାୟ ବେଳେ କାନ୍ଦି କାନ୍ଦି ଫୁଲ ପକାଇ ବିଦାୟ କରିଥିଲେ, ହେଲେ ଆଜି ଲୁହାଗୁଡି ସଂଗରୋଧ କେନ୍ଦ୍ରରେ ଫୁଲ ସହ ମିଠା ଖୁଆଇ ପ୍ରବାସୀଙ୍କୁ ବିଦାୟ ଦେଇଛନ୍ତି ନୋଡାଲ ଅଫିସର ଜିତେନ୍ଦ୍ର କୁମାର ପ୍ରଧାନ । ଗଜପତି ଜିଲ୍ଲା ଲୁହାଗୁଡି ହାଇସ୍କୁଲ ସ୍ଥିତ ସଂଗରୋଧ କେନ୍ଦ୍ରାରେ ୩୪ ଜଣଙ୍କ ମଧ୍ୟରୁ ୮ ଜଣ ପ୍ରବାସୀଙ୍କ ୧୪ ଦିନ ଅବଧି ପୁରିଯିବ ପରେ ଆଜି ସରକାରଙ୍କ ନିୟମ ପ୍ରକାରେ ଅବଶିଷ୍ଟ ୭ ଦିନ ଘରେ ସଂଗରୋଧରେ ରହିବା ପାଇଁ ଘରକୁ ଯାଇଛନ୍ତି ।