ସଂଗ୍ରାମ ସ୍ପୋଟସ୍ କ୍ଲବର ନିଜସ୍ୱ ଗୃହ ଉଦଘାଟିତ

ଛତ୍ରପ( ଯୁଗାବ୍ଦ ନ୍ୟୁଜ): ପବିତ୍ର ରଥ ଯାତ୍ରା ଉପଲକ୍ଷେ ସଂଗ୍ରାମ ସ୍ପୋଟସ୍ ଖେଳ ପଡିଆ ନିକଟରେ ସଂଗ୍ରାମ ସ୍ପୋଟସ୍ କ୍ଲବର ନିଜସ୍ୱ ଗୃହ ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥୀଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିଲେ । କ୍ଲବ ପକ୍ଷରୁ ବିଭିନ୍ନ ଖେଳ ଏବଂ ସମାଜସେବା କାର୍ଯ୍ୟକରୁଥିବାରୁ ବିଧାୟକ ଶ୍ରୀ ବେହେରା କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ହନୁମାନ ଚାଳିସା କ୍ଲବର ସଭାପତି ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲ।। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ର, ସଂପାଦକ ପ୍ରସନ୍ନ କୁମାର ପତି, ରୋଟାରୀୟନ କେ.ୱାସୁଦେବ ରାଓ, ପ୍ରଫୁଲ ପଟ୍ଟନାୟକ, ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ, ସୁରଜିତ୍ ସାମନ୍ତରାୟ, ବି.ଶ୍ରୀନିବାସ ରାଓ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ସମାଜସେବୀ ସୁଧୀର ପଟ୍ଟନାୟକ, ଏ.ରାବଣା ରାଓ, ରାଜେନ୍ଦ୍ର ସାହୁ, ଶ୍ରୀକାନ୍ତ ମହାନ୍ତି, ସଂଗ୍ରାମ ସ୍ପୋଟସ୍ କ୍ଲବର ବରିଷ୍ଠ ସଭ୍ୟ ବିଘ୍ନେଶ୍ୱର ରଥ, ଆର.ୟୋଗେଶ୍ୱର, ଏନ୍.ଗିରିଧର ରାଓ,ଅଜୟ କୁମାର ପଣ୍ଡାଙ୍କ ସମେତ ଛତ୍ରପୁର ସହର ବହୁମାନ୍ୟଗଣ୍ୟ ବ୍ୟକ୍ତି ଏବଂ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଂଗ୍ରାମ ସ୍ପୋଟସ୍ କ୍ଲବ ପକ୍ଷରୁ ସଭାପତି ଏମ୍.ଧନଜଂୟ ରେଡ୍ଡୀଙ୍କ ନେତୃତ୍ୱରେ ଦୀର୍ଘ ବର୍ଷ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଲବ ପକ୍ଷରୁ ବିଭିନ୍ନ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଏପରିକି ବନ୍ୟା ବାତ୍ୟା ସମୟରେ କ୍ଲବ ସଦସ୍ୟ ମାନେ ଲୋକମାନଙ୍କୁ ଉଦ୍ଧାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ