ସଂଘରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ପାରଳା ବିଧାୟକଙ୍କ ପୁଣି ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସଂଘରୋଧ କେନ୍ଦ୍ର ଗୁଡିକରେ ବ୍ୟାପକ ଅବ୍ୟବସ୍ତା ନେଇ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପୁଣି ଅଭିଯୋଗ କରିବା ସହ ତୁରନ୍ତ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି । ଏହି କେନ୍ଦ୍ର ଗୁଡିକରେ ପାନୀୟ ଜଳର ଅବ୍ୟବସ୍ଥା ଏବଂ ସେଠାରେ ଆବର୍ଜନା ପଡିଥିବା ମଧ୍ୟ ସେ ଫୋଟ ମାଧ୍ୟମରେ ଲୋକଲୋଚନକୁ ଆଣିଛନ୍ତି । ଯେଉଁ ପାନୀୟ ଜଳ ସେଠାରେ ପିଇବା ପାଇଁ ଦିଆଯାଉଛି ସେହି ଜଳକୁ ସରକାରୀ ଅଧିକାରୀମାନେ ନିଜେ ପିଇ ପରୀକ୍ଷା କରିବା ଆବଶ୍ୟକ ବୋଲି ସେ ଅଭିଯୋଗ କରିଛନ୍ତି । ସଂଘରୋଧରେ ପ୍ରବାସୀ ମାନଙ୍କୁ ୧୪ଦିନ ରଖିବା ମଧ୍ୟରେ ଥରେ ମଧ୍ୟ ସ୍ୱାବ ପରୀକ୍ଷା କରାଯାଉ ନାହିଁ । ପ୍ରଶାସନର ଅବହେଳା ଯୋଗୁଁ ପରବର୍ତ୍ତି ସମୟରେ ସାଧାରଣ ଲୋକେ ଅସୁବିଧା ଭୋଗ କରିପାରନ୍ତି ବୋଲି ସେ ପ୍ରକାଶ କରି କହିଛନ୍ତି ଯେ,ସ୍ଥାନୀୟ ବିଧାୟକ ହୋଇଥିଲେ ମଧ୍ୟ ଶାସକ ଦଳର ହୋଇ ନ ଥିବାରୁ ଜିଲ୍ଲା ପ୍ରଶାସନ ତାଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉ ନାହାଁନ୍ତି ।