ସଂଘୀୟ ବ୍ୟବସ୍ଥାର ରକ୍ଷା ଓ ସମ୍ବିଧାନ ସୁରକ୍ଷା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆମ ଦେଶର ଆତ୍ମା! ବିବିଧତା ମଧ୍ୟରେ ଏକତା, ଏହି ସଂସ୍କୃତିକୁ ରକ୍ଷା କରିବାକୁ ୨୮ଟି ରାଜ୍ୟ ୮ଟି କେନ୍ଦ୍ରଶାସିତ ଅଂଚଳ ମିଳିତ ହୋଇ ସଂଘୀୟ ବ୍ୟବସ୍ଥାକୁ ରକ୍ଷା କରି ଯୁକ୍ତରାଜ୍ୟ ପ୍ରତିଷ୍ଠା କରି, କେନ୍ଦ୍ର ଓ ରାଜ୍ୟ ସରକାର ମାନେ ୭ଦଶନ୍ଧି ଧରି ଚାଲି ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ପ୍ରତିଷ୍ଠା ପରେ ଅଣ ବିଜେପି ଶାସିତ କେରଳ, ତାମିଲନାଡୁ, ତେଲେଙ୍ଗାନା ପରି ରାଜ୍ୟ ଗୁଡିକରେ ରାଜ୍ୟପାଳଙ୍କ ଭୂମିକା ବିଜେପି ନେତାଙ୍କ ଭଳି । ଏହି ସବୁ ରାଜ୍ୟରେ ରାଜଭବନ ଗୁଡିକ ବିଜେପି ର କ୍ୟାମ୍ପ ଅଫିସରେ ପରିଣତ ହୋଇଛି । ସେହି କାରଣରୁ ଅନ୍ୟାନ୍ୟ ଅଣ ବିଜେପି ସରକାର ଥିବା ରାଜ୍ୟ ଗୁଡିକୁ ଅସ୍ଥିର କରିବାରେ ଏବଂ ସଂପୂର୍ଣ୍ଣ ଆର. ଏସ. ଏସ.ରେ ମତାଦର୍ଶକୁ ଅନୁସରଣ କରି ସେମାନେ ବିଜେପିର ହାତ ବାରିସ ହୋଇ କାର୍ଯ୍ୟକରି ଚାଲିଛନ୍ତି । ରାଜ୍ୟରେ ନିର୍ବାଚିତ ସରକାର ଥିଲା ବେଳେ ସେମାନେ ରାଜ୍ୟ ସରକାରଙ୍କ ଅସ୍ଥିତ୍ୱକୁ ଉପେକ୍ଷା କରି ରାଜ୍ୟପାଳ ନିଜ ହାତରେ କ୍ଷମତାକୁ କେନ୍ଦ୍ରିଭୂତ କରିବାକୁ ଚାହାଁନ୍ତି । ଏହା ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ନୀତିର ବିରୋଧୀ । ଏଣୁ ବର୍ତ୍ତମାନ ସଂଘୀୟ ବ୍ୟବସ୍ଥାର ନୀତି ଓ ଆଦର୍ଶକୁ ରକ୍ଷା କରିବା ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଦେଶବ୍ୟାପୀ ପ୍ରତିବାଦ କରୁଛି । ଏଥିସହିତ କେନ୍ଦ୍ରାପଡା ଜିଲ୍ଳା କମିଟି ପକ୍ଷରୁ ଦୃଢଦାବୀ ଉପସ୍ଥାପନା କରୁକି ସଂଘୀୟ ବ୍ୟବସ୍ଥାର ସୁରକ୍ଷା ବା ଯୁକ୍ତ ରାଜ୍ୟର ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନିଆଯାଉ । ଦାବିପତ୍ର ସମୟରେ ଜିଲ୍ଲା ସମ୍ପାଦକ ସାଥି ରମଣୀ ରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଜିଲ୍ଲା ପରିଷଦ ସଭ୍ୟ ସାଥି ନିରଞ୍ଜନ ଦାସ, ସାଥି ସୁହାନା ବେଗମ, ସାଥି ଭଜହରି ପ୍ରଧାନ, ସାଥି ସଂଜୟ କୁମାର ବସନ୍ତିଆ, ସାଥି କାନ୍ତିପ୍ରଭା ନାୟକ, ସାଥି ଭଗବତୀ ନାୟକ, ସାଥି ସଂଯୁକ୍ତା ରାଉତ, ସାଥି ତ୍ରିଲୋଚନ ମଂଥନ, ଅଖିଳ ଭାରତ ଛାତ୍ର ସଂଘ(ଇଓଝୠ)ରାଜ୍ୟ ସଭାପତି ସଂଘମିତ୍ରା ଜେନା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ