କଷୋଟି ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର କଷୋଟି ଗ୍ରାମସ୍ଥିତ ଶ୍ରୀଅନନ୍ତ -ଶକ୍ତି ପୀଠର ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ବୁଧବାର ଠାରୁ ପାଞ୍ଚଦିନବ୍ୟାପି ଶ୍ରୀଜଗନ୍ନାଥ ପଞ୍ଚରାତ୍ର ୍ରମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ମଙ୍ଗଳ ଆରତୀ, ଅବକାଶ ନୀତି, ବେଶ ଲାଗି, ସୂର୍ଯ୍ୟପୂଜା, ଦାରୁବୃକ୍ଷ ପୂଜା, ଗୋ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ନୀତି ଓ ହୋମଯାଗ-ଆହୂତି ପରେ ସକାଳ ଧୂପ ଓ ଷୋଡଶ ଉପଚାର ପୂଜା କରାଯାଇଥିଲା । ପରେ ସ୍କନ୍ଦ ପୁରାଣ ପାରାୟଣ, ମଧ୍ୟାହ୍ନ ଧୂପ ଓ ପହୁଡ ପରେ ସାହାଣ ମେଲା ଓ ଶ୍ରୀଜଗନ୍ନାଥ ଅଷ୍ଟକମ, ଭଜନ, ଜଣାଣ ଓ ସଙ୍କୀର୍ତ୍ତନ କରାଯାଇଥିଲା । ଏହି ଉପଲକ୍ଷେ ସଭାପତି ହରେକୃଷ୍ଣ ବରାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ବସନ୍ତ କୁମାର ପତି, କଳାକାର ପଣ୍ଡା, ଇନ୍ଦ୍ରମଣୀ ପଣ୍ଡା, ଗଗନ ବିହାରୀ ସିଂହ, ସୁକାନ୍ତ ମହଲା, କୁନ୍ତଳା ମହଲା, ଶୁକଦେବ ତ୍ରିପାଠୀ, ରବିନ୍ଦ୍ର ମହାରଣା, ମୁରଲୀଧର ମହାରଣା, କ୍ଷୀରୋଦ ନାଥ, ଲଛମନ ନାଥ, ବିଦ୍ୟାଧର ନାଥ, ସୁନାକର ନାଥ, ଗୈାରାଙ୍ଗ ଜେନାଙ୍କ ସମେତ ବହୁ କଣ୍ଠଶିଳ୍ପୀ ଯୋଗଦେଇ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଳରାମ ବରାଳ, ବିଜୟ ବରାଳ, ଶାରଦା ପ୍ରସନ୍ନ ନାଥ, କରୁଣାକର ନାଥ, ଉତ୍ତମ ଜେନା, ପ୍ରମୋଦ ରାଉତ, ମାଧବ ପ୍ରଧାନ, ଦେବାଶିଷ ଦାସ, ଅନନ୍ତ ସାହୁ, ମିଟୁ ବରାଳ, ଧୁକୁନା ଦାସ, କୃଷ୍ଣ ଚନ୍ଦ୍ର ନାଥ, ଦୋଳଗୋବିନ୍ଦ ଦାସ, ଗୋପୀନାଥ ଦାସ, ନିଳାମ୍ବର ଦାସ, ଉତ୍ତମ ଚରଣ ପ୍ରଧାନ, ନିଧିରାମ ନାଥ, ମଧୁସୁଦନ ପ୍ରଧାନ, କଣ୍ଠଶିଳ୍ପୀ ସୁରେନ୍ଦ୍ର ସାହୁ, ରଞ୍ଜନ କୁମାର ସାହୁ, ଅଜୟ ମିଶ୍ର, ମାର୍କଣ୍ଡୟ ମିଶ୍ର, ପୁଟୁ ନାନା ପ୍ରମୁଖ ସହଯୋଗ କରିଥିଲେ ।


