ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡାରେ ଭାରତ ବନ୍ଦ ସଫଳ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡାରେ ସୋମବାର ଭାରତ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି । କୃଷକ, ଶ୍ରମିକ, ଯୁବ, ଛାତ୍ର, ମହିଳା, ବୁଦ୍ଧିଜିବି, ବ୍ୟାଙ୍କ ଓ ବୀମା କର୍ମଚାରୀ, ବଜାର କମିଟି ସମେତ ଅନ୍ୟାନ୍ୟ ୨୦ଟି ଗଣ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ୩ଟି କଳା କୃଷି ଆଇନ ଓ ବିଦ୍ୟୁତ ବିଲ -୨୦୨୦କୁ ବାତିଲ କରିବା, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ଆଣିବା, ୪୪ଟି ଶ୍ରମ ଆଇନକୁ ପରିବର୍ତ୍ତନ କରି ତାହାକୁ ୪ଟି କୋର୍ଡରେ ପରିଣତ କରିବା, ଆକାଶ ଛୁଆଁ ଦର ବୃଦ୍ଧି, ସାଧାରଣ ଜନତା ଓ ଖାଉଟି ବିରୋଧୀ ପଦକ୍ଷେପ, ଶିକ୍ଷାର ବ୍ୟବସାୟୀ କରଣ, କ୍ରମବର୍ଦ୍ଧିଶୁଂ ନାରୀ ନିର୍ଯ୍ୟାତନା, ଦେଶର ସମ୍ପତ୍ତିକୁ ଶାଗମାଛ ଦରରେ କର୍ପୋରେଟରମାନଙ୍କୁ ବିକ୍ରୀ କରିବା, ଦେଶର ଗଣତନ୍ତ୍ରକୁ ହତ୍ୟା କରି ସରକାରୀ ବିରୋଧୀ ବ୍ୟକ୍ତିବିଶେଷ ଓ ସାମ୍ବାଦିକମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପ୍ରଭୃତି ବିରୋଧରେ ଏହି ବନ୍ଦ ପାଳନ କରାଯାଇଥିଲା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦରେ ତିନିମୁହାଣି ଛକରେ କଟକ-ଚାନ୍ଦବାଲି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ସେଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ତଥା ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ(ଏମ) ନେତା ଉମେଶ ଚନ୍ଦ୍ର ସିଂହ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଏସୟୁସିଆ ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, ସିପିଆଇ(ଏମ) ଲିବରେସନ ନେତା ପ୍ରକାଶ ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ଫକିର ଚରଣ ଖଟୁଆ, ମହମ୍ମଦ ଆକବର ଅଲ୍ଲୀ, ଆଦିକନ୍ଦ ରାଉଳ, ନଗେନ୍ଦ୍ର ଜେନା, ଜଗତଜୀବନ ଦାଶ, ବାବାଜୀ ଧଳ, ମାଧବ ଦାସ, ମୁକ୍ତାର ଖାଁ, ମହେନ୍ଦ୍ର ପରିଡା, ନାରାୟଣ ପରିଡା, ରାଜେଶ ମହାନ୍ତି, ଚିତ୍ରସେନ ପରିଡା, ଦାଶରଥୀ ସାହୁ, ଅଜୟ ସାମଲ, ଦୋଳଗୋବିନ୍ଦ ସାହ,ବିଧୁଭୂଷଣ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହାପରେ ସତ୍ୟାଗ୍ରହକାରୀମାନେ ସହର ସାରା ବୁଲି ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା, ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନ ପ୍ରଭୃତିକୁ ବନ୍ଦ କରିଥିଲେ । ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସଞ୍ଜୟ ରାଉତ, ରତିକାନ୍ତ ସାମଲ, ସମ୍ବିତ ଶ୍ରୀଚନ୍ଦନ, କମଳାକାନ୍ତ ବେହେରା, ମୀର ମୁର୍ଶିଦ୍ଦ, ଆଶିଷ ମେକାପ, କେଦାର ବେହୁରା, ବିନୟ ଭୂଷଣ ମଲ୍ଲିକ, ହୀରାମଣୀ ରାଉତ, ଅମରେନ୍ଦ୍ର ଦାସ, ଅମୀୟ ନାୟକ, କ୍ଷୀରୋଦ ମଲ୍ଲିକ, ପ୍ରସନ୍ନ ଦାସ, ବିଦ୍ୟାଧର ମଲ୍ଲିକ, ନିରଞ୍ଜନ ଦାସ, ଅବଧୂତ ମଲ୍ଲିକ, ଶରତ ବେହୁରା, ପରଭେଜ ଅକ୍ତର, ସେକ ଅହମ୍ମଦ, ସୈାମେନ୍ଦ୍ର ପୃଷ୍ଟି, ପ୍ରଭାତ ଉଡାନସିଂ, ଗଣେଶ ମେକାପ, ମୁଶି ସରକାର, ସମାଜସେବୀ ଅଭିମନ୍ୟୁ ରାଉତ,ସନ୍ତୋଷ ବେହେରା ପ୍ରମୁଖ । ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ଯୋଗୁଁ କେନ୍ଦ୍ରାପଡାରେ ଭାରତ ବନ୍ଦ ସଫଳ ହୋଇଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ