ସଂରକ୍ଷଣ ଭିତ୍ତିକ ମାନ୍ୟତା ଦାବୀ କଲା ନିଖିଳ ଉତ୍କଳ ଲିଆରି ମହାସଂଘ
ଛତ୍ରପୁର, (ପ୍ରଶାନ୍ତ ମହାରଣା) : ସଂରକ୍ଷଣ ଭିତ୍ତିକ ଏସ୍.ଇ.ବି.ସି କିମ୍ବା ଓ.ବି.ସି. ବର୍ଗର ମାନ୍ୟତା ଲାଗି ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଲିଆରୀ ତଥା ଚୁଡୁତିଆ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବହୁବାର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରେ ସଂରକ୍ଷଣ ଭିତ୍ତିକ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏଦଗିରେ ସରକାର କୌଣସି ସ୍ପଷ୍ଟ ଘୋଷଣା କରୁ ନାହାନ୍ତି । ଯାହା ଫଳରେ ଆମ ଜାତିର ଜନସାଧାରଣ ସରକାରଙ୍କ ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହେବାକୁ ପଡୁଛି । ମହାଂସଘର ସଂପାଦକ ନାରାୟଣ ବେହେରା, ସହ ସଂପାଦକ ସିମାଞ୍ଚଳ ବେହେରା, ଉପଦେଷ୍ଟା ମାର୍କଣ୍ଡ ବେହେରା ଓ ରାମକୃଷ୍ଣ ବେହେରା, ଆଞ୍ଚଳିକ ସଭାପତି ପରମେଶ୍ୱର ବେହେରା, ସୁବାସ ଚନ୍ଦ୍ର ବେହେରା, ରମେଶ ବେହେରା ପ୍ରମୁଖ ଆଜି ରାଜ୍ୟ ସରକାରଙ୍କ ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।