ବିଶିଷ୍ଟ ଲେଖକ, ଐତିହାସିକ ସଂଗ୍ରାମୀ ପ୍ରଫୁଲ୍ଲ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ); ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବିଶିଷ୍ଟ ଲେଖକ ବହୁ ବିପ୍ଲବୀ ପୁସ୍ତକର ରଚୟିତା ସଂଗ୍ରାମୀ ପ୍ରଫୁଲ୍ଲ ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ କେନ୍ଦ୍ରାପଡା ପ୍ରେସକ୍ଲବ ଆନୁମୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗାଳ୍ପିକା ଅବନ୍ତୀ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଆଶିଷ ସେନାପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ୱର୍ଗତ ପ୍ରଫୁଲ୍ଲ ଦାସ କଳାପାଣି, ଅଗ୍ନିଶିଖା, ବାସୁବିସୁନି, ସଶସ୍ତ୍ର ସଂଗ୍ରାମର ଇତିହାସ, ବର୍ହ୍ନିକନ୍ୟା ଭଳି ୧୪ଟି ପୁସ୍ତ ରଚନା କରିବା ସଙ୍ଗେ ସଙ୍ଗେ ଶାରଳା ପୁରସ୍କାର ପ୍ରାପ୍ତ କରିଥିଲେ । ସେ ଆଜୀବନ ଅବିବାହିତ ଥିଲେ । ୧୯୨୭ମସିହା ସେପ୍ଟେମ୍ବରମାସ ୩୦ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଦାସ କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ଲଢି କନିକା ରାଜାଙ୍କ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ବୋଲି କହିଥିଲେ । ସମ୍ବାଦ ସାହିତ୍ୟଘରର ସମ୍ପାଦକ ଆଦିକନ୍ଦ ରାଉଳ, ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, କେନ୍ଦ୍ରାପଡା ଇଭେଂଟ ମ୍ୟାନେର୍ଜସର ସମ୍ପାଦକ ଜାହିଦ ଖାଁ, ସମାଜ ସଂସ୍କାରକ ରଣଧୀର ଜେନା, କବି ରଞ୍ଜନ ବାଇ, ସତୀର୍ଥ ସାହିତ୍ୟ ସଂସଦ ସଭାପତି ଅମର ପ୍ରସାଦ ରାଉତ, ତାରିଣୀ ପାଟ୍ଟଯୋଶୀ, ଅଜୟ ପାତ୍ର, ଶିକ୍ଷକ ନେତା ଶରତ ରାଉତ ପ୍ରମୁଖ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୋଲଖ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଶିକ୍ଷକ ସଙ୍ଘ ସମ୍ପାଦିକା ଶୈଳବାଳା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ