ସଂସ୍କୃତି ବିଦ୍ୱାନ ଡ. ସିଦାନନ୍ଦ ଦୀକ୍ଷିତଃ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ
ଭୁବନେଶ୍ୱର, ସଂସ୍କୃତ ଭାଷାକୁ ଲୋକପ୍ରିୟ ଓ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ୧୯୭୯ ମସିହାରୁ ଉଦ୍ୟମରତ ଡ. ସଦାନନ୍ଦ ଦୀକ୍ଷିତଃ ଏକ ବିଶେଷ ଉତ୍ସବରେ ସିକ୍କିମର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମସିଂହ ତମାଙ୍ଗଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଲୋକଭାଷା ପ୍ର·ର ସମିତି ପକ୍ଷରୁ ସିକ୍କିମର ବର୍ମେକ୍ ସଂସ୍କୃତ ପାଠାଶାଳାରେ ଆୟୋଜିତ ସଂସ୍କୃତ ସମ୍ଭାଷଣ ଶିବିରର ସମାପନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ତମାଙ୍ଗ ସଂସ୍କୃତଭାଷାକୁ ବିଶ୍ୱର ସର୍ବେଶ୍ରେଷ୍ଠ ଭାଷା ବୋଲି ଅଭିହିତ କରି ସିକ୍କିମ ରାଜ୍ୟରେ ସଂସ୍କୃତ ଶିକ୍ଷା ଓ ପ୍ରସାର ପାଇଁ ସର୍ବବିଧ ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ତମାଙ୍ଗ ସମାରୋହକୁ ଯିବା ପୂର୍ବରୁ ଡ. ଦୀକ୍ଷିତଃଙ୍କ ସହ ସିକ୍କିମ ରାଜ୍ୟରେ ସଂସ୍କୃତ ସମ୍ପର୍କରେ ପରାମର୍ଶ ଲୋଡ଼ିଥିଲେ । ରାଜ୍ୟର ଶିକ୍ଷାମନ୍ତ୍ରୀ, କୃଷିମନ୍ତ୍ରୀ, ପରିବହନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସହ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଡ. ଦୀକ୍ଷିତଃ ରାଜ୍ୟରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ସଂସ୍କୃତ ଏକାଡ଼େମୀ ପ୍ରତିଷ୍ଠା ସହ ସମସ୍ତ ସଂସ୍କୃତ ପାଠଶାଳାକୁ ସରକାରୀ କରିବା ଓ ବେଦ ପାଠଶାଳାକୁ ପ୍ରଭୂତ ଅନୁଦାନ ଓ ସଂସ୍କୃତ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ତମାଙ୍ଗ ଏହି ବିରାଟ ସମାରୋହରେ ରାଜ୍ୟରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ସଙ୍ଗେ ସଙ୍ଗେ ପାଠଶାଳା ଶିକ୍ଷକ ମାନଙ୍କର ଦରମା ବୃଦ୍ଧି ଓ ୫ ଲକ୍ଷ ଟଙ୍କାର ଭବନ ନିର୍ମାଣ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ । ଲୋକଭାଷା ପ୍ର·ର ସମିତିର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ସମସ୍ତ ସଂସ୍କୃତ ଶିକ୍ଷକ ସଂସ୍କୃତ ସମ୍ଭାଷଣରେ ପ୍ରବୀଣ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡ. ଦୀକ୍ଷିତଃଙ୍କ ଅନୁମୋଦନ କ୍ରମେ ଲୋକାଭାଷା ପ୍ର·ର ସମିତିର ସିକ୍କିମ ରାଜ୍ୟଖାଶା ବିଶିଷ୍ଟ ସଂସ୍କୃତବିଦ୍ୱାନ ଡକ୍ଟର ଶିବ କୁମାର ପୋଖ୍ୟେଲଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଥିଲା ।


