୬୦ତମ “ସ୍ଵର୍ଣ ଜୟନ୍ତୀ ମହୋତ୍ସବ” ପାଳିତ
ପୁରଷୋତ୍ତମପୁର, (ଯୁଗାବ୍ଦ ନୁଜ) ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଗ୍ରାମର “ଗୌରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ “ପରିସରରେ ୬୦ତମ “ସ୍ଵର୍ଣ ଜୟନ୍ତୀ ମହୋତ୍ସବ” ପାଳିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟକ ସୁର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ଶିକ୍ଷାଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାର ମହତ୍ୱ ଓ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍୍ୟତ ନିମନ୍ତେ ଶିକ୍ଷାର ଅଗୁରୁତ୍ୱ ସଂପର୍କରେ ଆଲୋଚନା କରାଯାଇଥିଲା ।


