ସଞ୍ଜିବନୀ ଗ୍ରୁପ୍‌ ପକ୍ଷରୁ ଛାତ୍ରଙ୍କୁ ସହାୟତା

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ଅଧିନ ଘାସପଦା ଗାଁର ଦ୍ୱିତୀୟ ଶ୍ରେଣୀଛାତ୍ର ଅଭିଜିତ୍‌ ନାୟକ ଗତବର୍ଷ ଡ଼ିସେମ୍ବରରେ ବିଦ୍ୟାଳୟ ପରିସରରେ ଖେଳୁଥିବା ବେଳେ ବିଦୁ୍ୟତ୍‌ ସଂସ୍ପର୍ଶରେ ଆସି ଦୁଇଟି ହାତ ହରାଇଥିଲେ । ଏହି ଘଟଣାକୁ ନେଇ ଅଭିଜିତ୍‌ଙ୍କ ବାପା ଶଶିକାନ୍ତ ନାୟକ ବହୁବାର ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜକୁ ୬ମାସ ବିତି ଯିବା ସତ୍ତେ୍ୱ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାହାଯ୍ୟ ମିଳିପାରିନାହିଁ । ଖବରକାଗଜରେ ଏହି ସମ୍ବାଦ ପରିବେଷଣ ପରେ ବିଭିନ୍ନ ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଯଥାସାଧ୍ୟ ସହଯୋଗ କରାଯାଇଥିଲା । କିନ୍ତୁ ରବିବାର ଭୁବନେଶ୍ୱର ସଞ୍ଜିବନୀ ଗ୍ରୁପ୍‌ ପକ୍ଷରୁ ଘାସପଦା ଗ୍ରାମରେ କର୍ମକର୍ତ୍ତା ମାନେ ପହଞ୍ଚି ଅଭିଜିତ୍‌ଙ୍କ ପରିବାରକୁ ୧୬ହଜାର ୫ଶହ ଟଙ୍କା ଓ ଶୁଖିଲା ଖାଦ୍ୟ ତଥା ମାସ୍କ, ସାନିଟାଇଜର ଦେଇଛନ୍ତି । ସେମାନଙ୍କର ଏଭଳି ବଦାନ୍ୟତା ତଥା ଗରିବ ଖଟିଖିଆ ପରିବାରକୁ ସାହାଯ୍ୟ କରିଥିବାରୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ