ସଡକ ସୁରକ୍ଷା,ଜୀବନ ରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଗସ୍ତି ନୂଆଗାଁ ସ୍ଥିତ କାର୍ଯ୍ୟାଳୟ ପରିସରରେ ସଡକ ସୁରକ୍ଷା,ଜୀବନ ରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆରଟିଓ ମାନସ ରଞ୍ଜନ ସାହୁଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କରି ଗଞ୍ଜାମ ଜିଲ୍ଲାର ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନର ଡିଲର ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲା ସଡକ ଦୁର୍ଘଟଣାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଦୁଇ ନମ୍ବରରେ ପହଂଚିଛି । ଏଣୁ ଏହାକୁ କମ କରିବା ନିମନ୍ତେ ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଗ୍ରାହକ ମାନେ ପ୍ରଥମେ ଦୁଇ ଚକିଆ ଯାନ କିଣିଲା ବେଳେ ସେମାନଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଡିଲର ମାନେ ପ୍ରଥମ ଗୁରୁ ଭାବେ ସଚେତନତା କରିବା ଆବଶ୍ୟକତା ରହିଛି । ଏହା ସହ ସୋ ରୁମ ଗୁଡିକରେ ଏଲଇଡି ମାଧ୍ୟମରେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଛୋଟ ଛୋଟ ଭିଡିଓ, ବିଭିନ୍ନ ସଚେତନତା ବାର୍ତ୍ତା ଏବଂ ବିଭିନ୍ନ ଅଧିକାରୀ ମାନଙ୍କ ସଚେତନତା ବାର୍ତ୍ତା ପ୍ରଦର୍ଶନ କରିବା ନିମନ୍ତେ ଆରଟିଓ ଶ୍ରୀ ସାହୁ ଓ ଏମଭିଆଇ ରବିନ୍ଦ୍ର ନାଥ ଜେନା ଡିଲର ମାନଙ୍କୁ ପରାମର୍ଶ ଦେବା ସହ ଏହା କିପରି ସଠିକ୍ ଭାବେ କାର୍ଯ୍ୟ କରାଯିବା ସେଥି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଚାରି ଚକିଆ ଯାନ ତଥା ଅନ୍ୟାନ୍ୟ ଯାନ ଗୁଡିକ ଗ୍ରାହକ ମାନେ କିଣିବା ସମୟରେ ସେମାନଙ୍କୁ ସଡକ ସୁରକ୍ଷା ଉପରେ ବିଭିନ୍ନ ସଚେତନତା କରିବା ସହ ଗାଡି ଚଲାଇଲା ବେଳେ ସିଟ ବେଲ୍ଟ ପିନ୍ଧି କିପରି ଗାଡି ଚଳାଯିବ ସେଥି ନିମନ୍ତେ ଏହା କାର୍ଯ୍ୟକାରୀ କଲେ ଜିଲ୍ଲାରେ ସଡକ ସୁରକ୍ଷା ମୃତ୍ୟୁ ସଂଖ୍ୟା କମ ରହିବ ବୋଲି ପରାମର୍ଶ ଦେଇଛନ୍ତି । ୨୦୨୨ ରେ ସଡକ ଦୁର୍ଘଟଣାରେ ୩୩୪ ଜଣ ମୃତ୍ୟୁ ହୋଇଛନ୍ତି । ଦୁଇ ଚକିଆ ଯାନ ଦୁର୍ଘଟଣାରେ ୬୦ ପ୍ରତିଶତ ରହିଥିବା ବେଳେ ଚାରି ଚକିଆ ଯାନରେ ୧୫ ପ୍ରତିଶତ ରହିଛି । ଟ୍ରକ ଏବଂ ବସ୍ ଦୁର୍ଘଟଣା ରେ ୮ ପ୍ରତିଶତ ଏବଂ ଅନ୍ୟାନ୍ୟ ଦୁର୍ଘଟଣାରେ ୧୭ ପ୍ରତିଶତ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୦୧୮ ମସିହାରେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ୩୮୯ ଜଣ ମୃତ୍ୟୁ ଘଟିଥିବା ବେଳେ ୨୦୧୯ ରେ ୩୮୫ ଜଣ, ୨୦୨୦ ରେ ୩୬୩ ଜଣ, ୨୦୨୧ ରେ ୩୬୩ ଜଣ ଏବଂ ୨୦୨୨ ରେ ୩୩୪ ଜଣ ପ୍ରାଣ ହରାଇଛନ୍ତି । ଏଣୁ ସମସ୍ତେ ହେଲମେଟ ପିନ୍ଧିବା ସହ ସଡକ ସୁରକ୍ଷା ଜୀବନ ରକ୍ଷା ନିୟମ ପାଳନ କଲେ ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା କମିବା ସହ ମୃତ୍ୟୁ ସଂଖ୍ୟା କମିବ ବୋଲି ଉଭୟ ଆରଟିଓ ଓ ଏମଭିଆଇ କହିଛନ୍ତି । ଛତିଆ ଭଳି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ରେ ଖୁବ ଶୀଘ୍ର ଭାରି ଜାନ ଚାଳକଙ୍କ ନିମନ୍ତେ ମାଗଣା ତାଲିମ ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳର ଡିଲର, କାର୍ଯ୍ୟାଳୟର ଅଜୟ କୁମାର ବାରିକ, ସୁଜିତ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ