ସଡଙ୍ଗରେ ବିଧାୟକ ବିରୋଧୀ ସମାବେଶକୁ ଭଣ୍ଡୁର କଲେ ସପକ୍ଷବାଦୀ ଗୋଷ୍ଠି

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସଡଙ୍ଗ ଠାରେ ଆଜି ବିଧାୟକ ବିରୋଧୀ ସମାବେଶ ହେବାକୁ ଥିବାବେଳେ ଏହାକୁ ଭଣ୍ଡୁର କରିଦେଇଛନ୍ତି ବିଧାୟକଙ୍କ ସପକ୍ଷବାଦୀ ସମର୍ଥକ ମାନେ। ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ସଡଙ୍ଗ କଲେଜ ପଡ଼ିଆରେ ବିଧାୟକ ବିପକ୍ଷବାଦୀଙ୍କ ବୈଠକ ହେବାକୁ ଥିବାବେଳେ ଏଥିପାଇଁ ଟେଣ୍ଟ ମରାଯିବା ସହ ଚେୟାର ପକାଯାଇ ୭ଶହରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଦ୍ୟପେୟ ର ବନ୍ଦୋବସ୍ତ ହୋଇଥିଲା। ଏପରିକି ବିଧାୟକଙ୍କ ବିରୋଧୀ ଶତାଧିକ ବିଜେଡି କର୍ମୀ ମଧ୍ୟ ଏକାଠି ହୋଇ ସାରିଥିଲେ। କିନ୍ତୁ ଠିକ ଦିନ ଗୋଟାଏ ବେଳେ ସଡଙ୍ଗ ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ବିଧାୟକଙ୍କ ସମର୍ଥକ ପହଞ୍ଚି ଏଠି କୌଣସି ସମାବେଶ ହୋଇ ପାରିବ ନାହିଁ ବୋଲି କହି ତୁରନ୍ତ ଏ ସ୍ଥାନ ଛାଡ ବୋଲି କହିଥିଲେ। ବିଧାୟକ ଭାଗିରଥି ସେଠୀ ଆସିନାହାନ୍ତି, କି ବ୍ଳକ ଅଧ୍ୟକ୍ଷା ଆସି ନାହାନ୍ତି, କି ଜିଲ୍ଲା ପରିଷଦ ବି ଆସିନାହାନ୍ତି, କି ଆମ ସରପଞ୍ଚ ଓ ସମିତିସଭ୍ୟ ବି ଆସିନାହାନ୍ତି, ତେଣୁ ଏଠି ସଭା ସମିତି ନକରି ତୁରନ୍ତ ସ୍ଥାନ ଛାଡିବାକୁ ଧମକ ଦେଇଥିଲେ। ଏପରିକି ତୁରନ୍ତ ଟେଣ୍ଟ ଖୋଲିବାକୁ ଧମକ ଦେବାରୁ ବିପକ୍ଷବାଦୀ ବିଜେଡି ନେତା ଓ କର୍ମୀ ମାନେ ଛାତ୍ରଭଙ୍ଗ ଦେଇ ପଳାଇଥିଲେ। ଏତେ ଲୋକଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟକୁ ବାଧ୍ୟ ହୋଇ ଫୋପାଡ଼ି ଦିଆ ଯାଇଥିବା ଜଣାଯାଇଛି। ଏପରି ଘଟଣାକୁ ନେଇ ସମଗ୍ର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ