ଓଡ଼ିଶାରୁ ଭାଗ ନେବେ୨୮ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀର ଟାଲକେଟର ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ପ୍ରଧନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର‌୍ୟ୍ୟକ୍ରମରେ ଓଡ଼ିଶାରୁ ୨୮ ଜଣ ଭାଗ ନେବା ପାଇଁ ବିବେଚିତ ହୋଇଛନ୍ତି । ଏଥିସହ ବିଭିନ୍ନ ଦେଶର ୨ହଜାର ୨ଶହ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ । ଗୁରୁବାର କଟକର ମୁଣ୍ଡୁଳୀ ଜବାହାର ନବୋଦୟ ବିଦ୍ୟାଳୟଠାରେ ଆୟୋଜିତ ଏକ ସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ସଂଜୟ ଧୋତ୍ରେ ଯୋଗଦେଇ ଏହି ବିଷୟରେ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ଭାଗ ନେବା ପାଇଁ ବିବେଚିତ ହୋଇଛନ୍ତି । ଏହି କାର‌୍ୟ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା ହେବ । ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ