ସଢ଼ାରେ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଲେ ସରପଞ୍ଚ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ଅନେକ ଅନିୟମିତତା ହେଉଥିବା ନେଇ ପଞ୍ଚାୟତର ସରପଞ୍ଚ ସାଗରୀକା ଜେନା ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ମା ଥାନପତି ସ୍ୱୟଂ ସହାୟକ ଗୋଷ୍ଠୀ ନାହା, ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ମିଠିଗାଁ ଏହି ଦୁଇଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବଣ୍ଟନ ବ୍ୟବସ୍ଥା କରାଯାଉଥିବାବେଳେ ହିତାଧିକାରୀ ମାନଙ୍କୁ ଠିକ ଭାବେ ରେସନ ସାମଗ୍ରୀ ବଣ୍ଟନ କରାଯାଉ ନାହିଁ । ଅନେକ ମୃତ ହିତାଧିକାରୀଙ୍କ ନାମରେ ବର୍ଷ ବର୍ଷ ଧରି ଚାଉଳ, ଗହମ ଉଠାଯାଇ ହରିଲୁଟ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ୫୦ରୁ ଉର୍ଦ୍ଧ ମୃତବ୍ୟକ୍ତିଙ୍କ ନାମରେ ରେସନ ସାମଗ୍ରୀ ଉଠାଣ କରାଯାଉଛି । ଏନେଇ ପୁର୍ବରୁ ସେ ବିଡିଓ, କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେବି କିଛି ସୁଫଳ ମିଳିନଥିବା କହିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ଏହି ଏସଏସଜି ଗ୍ରୁପ ମାନଙ୍କ ଲାଇସେନସକୁ ରଦ୍ଦ କରାଯାଇ ସେମାନଙ୍କୁ ବଣ୍ଟନ ଦାୟିତ୍ୱରୁ ହଟାଯାଇ ପଞ୍ଚାୟତକୁ ଅଥବା ନୁତନ ଏସଏସଜି ଗ୍ରୁପକୁ ବଣ୍ଟନ ଦାୟିତ୍ୱ ଦେବାପାଇଁ ସେ ଦାବି କରିଛନ୍ତି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ