ସତ୍ୟବାଦୀ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନବାଡ଼ି ସଂଘ
କଣାସ,(ପାହାନ୍ତା ସିଂହ ଅଜଳୀ ସାହୁ):ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କୁ କଣାସ ବ୍ଲକ୍ ର ଅଙ୍ଗନବାଡ଼ି ସଂଘ, ସରପଞ୍ଚ ଓ ସମିତି ସଭ୍ୟ ମାନେ, ବିଭିନ୍ନ ସରକାରୀ ଅଫିସ ର କର୍ମଚାରୀ ମାନେ ବିଧାୟକ ଙ୍କ ବାସଭବନ ରେ ପହଞ୍ଚି ଫୁଲତୋଳା ଦେଇ ନବବର୍ଷ ଉପଲକ୍ଷେ ବିଧାୟକ ଙ୍କୁ ସ୍ଵାଗତ କରିଥିଲେ। ବିଧାୟକ ସମସ୍ତ ଙ୍କୁ ମିଠା ଖୁଆଇ ଆପ୍ୟାୟିତ କରିଥିଲେ। କଣାସ ଅଙ୍ଗନବାଡ଼ି ସଂଘ ର ସଭାପତି ପ୍ରତିମା ମଂଜରୀ ଦତ୍ତ,ସିଡିପିଓ ସସ୍ମିତା ମହାନ୍ତି, ଜଳସେଚନ ବିଭାଗର ବରିଷ୍ଠ ଯନ୍ତ୍ରୀ ମକର ବେହେରା, ଗ୍ରାମ ଉନ୍ନୟନ ବିଭାଗ ବରିଷ୍ଠ ଯନ୍ତ୍ରୀ ଶୁଶାନ୍ତ କୁମାର ପାଢ଼ୀ, ପୂର୍ବତନ ଆତ୍ମା ଆଧକ୍ଷ ସଂଜୟ ଭୋଳ, ସାହୁପଡା ସରପଂଚ ଭିକାରୀ ବଳିୟାର ସିଂହ , ବିଜେପି ର ଶହଶହ କର୍ମକର୍ତା ପ୍ରମୁଖ ସ୍ଵାଗତ କରିଥିଲେ। ସେହିପରି ବିଜୟ ବିହାର ପରିସରରେ ପୁନ୍ୟତୋୟା ଦୟା ଫାଉଣ୍ଡେସନ(ପିଡିଏଫ) ପକ୍ଷରୁ ନବ ବର୍ଷ କୁ ସ୍ଵାଗତ କରିବା ପାଇଁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଯାଇଛି।