ସତ୍ୟସାଇ ବାବାଙ୍କ ପାଦୁକା ରଥଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ଧ୍ର ପ୍ରଦେଶର ପୂଟ୍ଟପୂର୍ତ୍ତିରୁ ବାହାରି ଭୁବନେଶ୍ୱରର ସାଇ ଜନନୀରେ ପହଞ୍ଚିଥିବା ସତ୍ୟସାଇ ବାବାଙ୍କ ପାଦୁକା ରଥକୁ ଏବେ ସବୁଠି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଛି । ଗତ ୬ ତାରିଖରେ ଏହି ରଥ ତେଲେଙ୍ଗାସାହି ସ୍ଥିତ ସାଇ ମନ୍ଦିରରୁ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା ।ଏବେ ଚାନ୍ଦମାରୀ ପଡ଼ିଆ ହୋଇ ନୂଆଗାଁ ଓ ରେମୁଣା ଯାତ୍ରା କରିଥିଲା । ଜିଲାର ବିଭିନ୍ନ ଅଞ୍ଚଳ ପରିକ୍ରମା ପରେ ଏହି ପାଦୁକା ରଥ ପୁଣି ସଦର ମହକୁମାକୁ ଫେରିବ ବୋଲି ସତ୍ୟସାଇ ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ବାବାଙ୍କର ପାଦୁକା ରଥକୁ ନଗର ପରିକ୍ରମା କରିବା କାର୍ଯ୍ୟକ୍ରମରେ ସତ୍ୟସାଇ ବିଦ୍ୟାବିହାର ପରିଚାଳନା କମିଟିର ସଭାପତି ଡ. ରମାକାନ୍ତ ନାୟକ, ସଂପାଦକ ନିରୋଦ ଚନ୍ଦ୍ର ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାମୋଦର ନାୟକ, ବାଲେଶ୍ୱର ସାଇସମିତିର ଜିଲ୍ଲା ସଭାପତି ଶ୍ୟାମ ଚରଣ ଦାସ ମହାପାତ୍ର, ବାଲେଶ୍ୱର ସାଇ ସମିତି-୧ର ଆବାହକ ନିହାର ରଞ୍ଜନ ବାରିକ, ଧର୍ମେଶ ଶତପଥୀ, ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ସକ୍ରିୟ ସଭ୍ୟ, ସଭ୍ୟାମାନେ ତଥା ଭକ୍ତଗଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।