ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ବାଲିଗୁଡାରେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ଡ ସତ୍ୟ ସ୍ୱରୁପ ପଟ୍ଟନାୟକ ଦୁଇଦିନିଆ କନ୍ଧମାଳଗ୍ରସ୍ତରେ ଆସିଥିଲେ । ପ୍ରଥମେ ଆର ନୁଆଗାଁ,ଫୁଲବାଣି,କୁଡୁତେଲି,ବାଲିଗୁଡା ପ୍ରଥମ ଦିନରେ ଗ୍ରସ୍ତ କରିଥିଲେ ଓ ଦ୍ୱିତିୟ ଦିନରେ କୋଟଗଡ, ଦାରିଙ୍ଗବାଡି,ମଣ୍ଡାକିଆ ଓ ରାଇକିଆ ଯାଇଥିଲେ ।ସମସ୍ତ ସମିତି ଓ ଭଜନ ମଣ୍ଡଳି ବୁଲି ଦେଖିବା ସହ ସତ୍ୟସାଇ ସଂଗଠନକୁ ସୃଦୁଢ କରିବାକୁ ମତ ରଖିଥିଲେ ।ବାଳ ବିକାଶ,ଯୁବ ବିଭାଗ,ଗ୍ରାମସେବା ଓ ମହିଳା ବିଭାଗ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବାଲିଗୁଡା ଠାରେ ବଳକା ଥିଲେ ଦିଅ ଓ ଆନଷ୍ୟକ ଥିଲେ ନିଅର ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଶାନ୍ତି ସେବା ନିର୍ବାହକ ଅରୁଣ କୁମାର ପାତ୍ର(ରାଜା) ଓ ଜିଲ୍ଲା ସଭାପତି ଡ ମଧୁସୁଦନ ମହାପାତ୍ର ଉପସ୍ଥିତ ଥିବା ବେଳେ ସନସ୍ତ ସମିତି ଭଜନମଣ୍ଡଳିର କର୍ମକ୍ରତା ମାନେ ଉପସ୍ଥିତ ଥିଲେ ।