ସତ୍ୟସାଇ ସେବା ସଂଗଠନ ଏବଂ ଭୁବନେଶ୍ୱର ଓକିଲ ସଂଘ ତରଫରୁ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ କୋର୍ଟ ପରିସରରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି । ଉକ୍ତ ପ୍ରକଳ୍ପକୁ ମାନ୍ୟବର ଜିଲ୍ଲା ଜଜ୍ (ଖୋର୍ଦ୍ଧା, ଭୁବନେଶ୍ୱର) ମହୋଦୟ ଶ୍ରୀଯୁକ୍ତ ରାମଶଙ୍କର ହୋତା ଉଦ୍‌ଘାଟନ କରିଥିଲେ । ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସୁଶାନ୍ତ କୁମାର ପଟ୍ଟନାୟକ, ସି. ଜଗଦୀଶ, ଉମେଶ କୁମାର ବିଶ୍ୱାଳ, ସି. ମନିକୁମାରୀ, ଡେଜି ଶତପଥୀ, ସବିତା କୁମାରୀ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ଶ୍ରୀ ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେୀବଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶବି ନାରାୟଣ ସାହୁ ଏବଂ ଆସୋସିଏସନର ସମସ୍ତ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ଦ୍ୱାରା ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବାର ଆସୋସିଏସନର ସମ୍ପାଦକ ଶ୍ରୀ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ