ସତ୍ୟସାଇ ସେବା ସଂଗଠନ ଦ୍ଵାରା ନୈତିକ ମୂଲ୍ୟବୋଧର ବାର୍ତ୍ତା ନେଇ ବିଶାଳ ଶୋଭାଯାତ୍ରା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଯାତ୍ରୀ ନିବାସ ସମ୍ମେଳନି କକ୍ଷରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ଯୁବ ସମାବେଶର ଦ୍ୱିତୀୟ ଦିବସରେ ପ୍ରଭାତରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ନିକଟରେ ଓଁ କାର, ସୁପ୍ରଭାତ, ନଗର କୀର୍ତ୍ତନ ସହ କୁମାରୀ ମାନଙ୍କ ଉଦ୍ଦେଶ୍ୟରେ କୁମାର ପୂର୍ଣ୍ଣମୀ ଉତ୍ସବ ପାଳନ ସହ ଏକ ଯୋଗ ଶିବିର ଓ ସୂର୍ଯ୍ୟ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ନୈତିକ ମୂଲ୍ୟବୋଧର ଶିକ୍ଷା ଉପରେ ଆଧାରିତ ବାର୍ତ୍ତା ନେଇ କୋଣାର୍କ ସହରରେ ପରିକ୍ରମା କରଯାଇଥିଲା। ସାଇ ବାବାଙ୍କ ଭଜନ ସହିତ ବିଭିନ୍ନ ଧାର୍ମିକ ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ସଂଭାଷଣ କୁ କାର୍ଯ୍ୟରେ ପରିଣତ କରିବା ପାଇଁ ଅତିଥି ବକ୍ତା ମାନେ ଆହ୍ବାନ ଦେଇଥିଲେ। ରାଜ୍ୟ ସଭାପତି ଶ୍ରୀ ସତ୍ୟ ସ୍ବରୂପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନାରାୟଣ ପ୍ରସାଦ ସର, ଚେନ୍ନାଇରୁ ଆସିଥିବା ଟିଏସ ବାଲରାମଚନ୍ଦ୍ରନ, ହାଇଦ୍ରାବାଦ ରୁ ଆସିଥିବା ଡକ୍ଟର ଗୋପିକ୍ରିଶ୍ନା ପୀଡ଼ାତାଲା ଯୋଗଦେଇ ଭଗବାନ ସତ୍ୟସାଇ ବାବାଙ୍କ ଦିବ୍ୟ ବାର୍ତା ଓ ସାଧନାକୁ ଯୁବ ସମାଜ ବ୍ରତ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ଗ୍ରାମ ସେବା ଓ ବାବାଙ୍କ ଜୀବନୀ ପ୍ରତ୍ୟେକ ଯୁବ ସମାଜର ଧେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଯୁବ ସଂଯୋଜକ ଚିନ୍ମୟ ପତି, ଯୁବ ସଂଯୋଜକ ତୁଷାରକାନ୍ତ ନାଥ , ଜିଲ୍ଲା ସଭାପତି ବଂଶୀଧର ମହାପାତ୍ର, ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁଶ୍ରୀ ଦାସ, ଅରବିନ୍ଦ ସାହୁ, ବାମଦେବ ଆଳୁକ ଓ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ