ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମ ଦିନ ନଭେମ୍ବର ୨୩ ତାରିଖରେ ପାଳନ ଅବସରରେ ନଭେମ୍ବର ୨୨ ତାରିଖ ଦିନ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ସଂଗଠନର ଆବାହକ ଭବାନୀ ଶଙ୍କର ରଥ, ରବୀନ୍ଦ୍ର ପଟ୍ଟନାୟକ, ସତ୍ୟ ସାଇ ସେବା ସମିତିର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଭଞ୍ଜନଗର ବ୍ଲଡବ୍ୟାଙ୍କ ପକ୍ଷରୁ ବିପିନ କୁମାର ପାଣିଗ୍ରାହୀ, ସୁରେନ୍ଦ୍ର ମହାପାତ୍ର, ପ୍ରତାପ ଚନ୍ଦ୍ର ସ୍ବାଇଁ, ମନେଶ କୁମାର ପାଣିଗ୍ରାହୀ, ସିମାଞ୍ଚଳ ସେଠୀ, ନାରାୟଣ ପାଢୀ, ହିତାଂଶୁ କୁମାର ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ