ସତ୍ୟାଗ୍ରହ – ଅଧିକାର ପାଇଁ ଅଭିଯାନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ସତ୍ୟାଗ୍ରହ – ଅଧିକାର ପାଇଁ ଅଭିଯାନ କେନ୍ଦ୍ରାପଡା ସହରର ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିରରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଜେପି ଜିଲ୍ଲା ସମ୍ପାଦକ ପ୍ରସନ୍ନ ପରିଡାଙ୍କ ସଂଯୋଜନାରେ ଅନୁଷ୍ଟିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଗୀତା ମିଶନର ସମ୍ପାଦକ ସ୍ୱାମୀ ଡଃ. ଚିଦାନନ୍ଦ ବ୍ରହ୍ମଚାରୀ, ନୃସିଂହ ଟିକିରି ମଠର ମହନ୍ତ ମହାରାଜ ହୃଷିକେଶ ଦାଶ,କନ୍ଧମାଳ ଚକାପାଦର ବହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ସ୍ୱାମୀ ଅଭୟାନନ୍ଦ ସରସ୍ୱତୀ,ନିଳକଣ୍ଠପୁରର ସାତ୍ୱକୀ ଚୈତନ୍ୟ ବ୍ରହ୍ମଚାରୀ,ଛେଦରା ରାଧା ଗୋପିନାଥଜୀଉ ଆଶ୍ରମର ଯଶୋବନ୍ତ ଦାଶ ମହାରାଜ,ନାଉପାଳ ମଠର ମହନ୍ତ ମହାରାଜ ପରାଶର ଦାଶ,ଜଗତସିଂହପୁର ଅରିଲୋ ଶିଶୁ ଅନନ୍ତ ଆଶ୍ରମର ସେବକ ଅଭୟ ଦାଶ ପ୍ରମୁଖ ଯୋଗଦେଇ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ବନିଥିବା ଭଳି ଆମକୁ ନିଶାଗ୍ରସ୍ତଙ୍କୁ ନିଶାମୁକ୍ତ କରାଇବାକୁ ପଡିବ । ମଦମୁକ୍ତ ବା ନିଶାମୁକ୍ତ ଭାରତବର୍ଷ ଗଠନ କରିବା ପାଇଁ ଆମକୁ ଆଜିର କଳୁଶିତ ସମାଜକୁ ପ୍ରଥମେ ପରିବର୍ତ୍ତନର ବାର୍ତ୍ତା ଦେଇ ଏକ ନୂତନ ସମାଜ ଗଠନ ଦିଗରେ ଅଗ୍ରସର ହେବାକୁ ପଡିବ । ନିଶାଗ୍ରସ୍ତ ହେଲେ ଚିନ୍ତା ଓ ଚେତନାର ବିଲୋପ ଘଟିଥାଏ । ତେଣୁ ମାଦକଦ୍ରବ୍ୟ ଠାରୁ ଆମକୁ ଦ୍ୱରେଇ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ବିଜେପିର ଉପସଭାପତି ଅଧ୍ୟାପକ ଭୂବନମୋହନ ଜେନାଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ବ୍ରଜସୁନ୍ଦର ଭୂୟାଁ, ମାନସ ମହାନ୍ତି, ରଶ୍ମିରଞ୍ଜନ ପ୍ରଧାନ, ଉମାକାନ୍ତ ନାୟକ, କରୁଣାକର ସାହୁ, ବିଜୟ ନାୟକ, ହେମନ୍ତ ପରିଡା, ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବଦଳୁ ଥିବା ଭାରତ ୫ଟ୍ରିଲିୟନ ଡଲାର ଆର୍ଥିକ କ୍ଷମତା ଆଡକୁ ଆଗଉଥିବା ବେଳେ ଆମ ଓଡିଶା ଯେମିତି ଅନେକ ସାମାଜିକ ଅର୍ଥନୈତିକ ଭିତ୍ତିଭୂମି କ୍ଷେତ୍ରରେ ଦେଶର ପଛୁଆ । ଠିକ ସେମିତି ପଛୁଆ ଓଡିଶାର କଥିତ ରାଜନୈତିକ ସଚେତନ କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି । ସାଧାରଣ ମଣିଷର ଜୀବନ ଜୀଇବାର ପ୍ରସଙ୍ଗରେ ଅତ୍ୟନ୍ତ ଦୟନୀୟ । ୭୩ବର୍ଷର ସ୍ୱାଧୀନତା ପରେ ଏକଦା କଳା,ସଂସ୍କୃତି , ଐତିହ୍ୟ ଓ ନୈାବାଣିଜ୍ୟରେ ଉତ୍କର୍ଷ କେନ୍ଦ୍ରାପଡା ଆଜିର ରାଜ୍ୟ ଅର୍ଥନୈତିକ ସୂଚାଙ୍କରେ ୨୯ନମ୍ବର ସ୍ଥାନରେ ରହିଛି । ଅର୍ଦ୍ଧ ଶତାଦ୍ଦିରୁ ରାଜନୈତିକ ସ୍ଥିରତା,ଶ୍ରେଷ୍ଠ ନେତୃତ୍ୱ ଓ ବ୍ୟକ୍ତି ବିଶେଷ ଭାବରେ କେନ୍ଦ୍ରାପଡା ବହୁ କ୍ଷେତ୍ରରେ ପ୍ରଦେଶରେ ସଫଳତା ହାସଲ କରିଥିବା ବେଳେ ଜିଲ୍ଲା ଜନତାର ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ରାଜନୈତିକ ନେତୃତ୍ୱ ,ପ୍ରଶାସନିକ ନେତୃତ୍ୱ ଓ ସାମାଜିକ ନେତୃତ୍ୱର ଚରମ ବିଫଳତା ପରେ ଜିଲ୍ଲାର ଅଧିକାର ହାସଲ ପାଇଁ ‘ସତ୍ୟାଗ୍ରହ’ହିଁ ଶେଷ ବିକଳ୍ପ ଥିଲା ଜିଲ୍ଲାର ଜନତାଙ୍କ ପାଖରେ ବୋଲି ବକ୍ତବ୍ୟ ରଖିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ବ୍ଲକ,ପୈାରାଚଂଳ ସମେତ ଆସନ୍ତା ଜାନୁଆରି ମାସ ୧୪ତାରିଖରୁ ଅପ୍ରେଲମାସ ୧୪ତାରିଖ ପର୍ଯ୍ୟନ୍ତ ସବୁ ପଂଚାୟତରେ ସାଧାରଣ ଜନତାଙ୍କ ଅଧିକାର ପାଇଁ ସତ୍ୟାଗ୍ରହ ଅନୁଷ୍ଟିତ ହେବ । ପଂଚାୟତ ଠାରୁ ପାର୍ଲ୍ୟାମେଂଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଜିଲ୍ଲାର ଏହି ଐତିହାସିକ ଅବହେଳାକୁ ସୁଧାରିବା ପାଇଁ ପ୍ରଚେଷ୍ଟା କରାଯିବା ସହ ଆସନ୍ତା ଅକ୍ଟୋବରମାସ ୨ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଏକଲକ୍ଷ କେନ୍ଦ୍ରାପଡାବାସୀ ସତ୍ୟାଗ୍ରହରେ ଭାଗନେବେ ବୋଲି କୁହାଯାଇଛି । ଯେଉଁ ଦଶସୂତ୍ରୀ ପ୍ରସଙ୍ଗକୁ ନେଇ ସତ୍ୟାଗ୍ରହ ଆରମ୍ଭ ହୋଇଛି ସେଗୁଡିକ ହେଉଛି ଶିଳ୍ପଶୂନ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଯୁବକଙ୍କ ନିଯୁକ୍ତି ଓ ଆଚଂଳିକ ଶିଳ୍ପରେ ପ୍ରାଧାନ୍ୟ,ଜିଲ୍ଲାରେ ସିନିଶ୍ଚିତ ସ୍ୱାସ୍ଥ୍ୟସେବାର ବିକାଶ ସମେତ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା,କୃଷି ଓ କୃଷକର ବିକାଶ ପାଇଁ ପୂର୍ଣ୍ଣ ଜଳସେଚନର ବ୍ୟବସ୍ଥା ଓ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ,ପଡୋଶୀ ଶିଳ୍ପାୟନ ପ୍ରଦ୍ୟୁଷଣରୁ ମୁକ୍ତିକରି ମୂଲ୍ୟବୋଧ ଓ ସଂସ୍କୃତି ସମ୍ପନ୍ନ ପର୍ଯ୍ୟଟନର ବିକାଶ,ଜିଲ୍ଲାକୁ ରାଜନୈତିକ ଆକ୍ରୋଶ ଜନିତ ମାମଲା ବାଜିରୁ ମୁକ୍ତି,ଅର୍ଥନୈତିକ ସୂଚାଙ୍କରେ ୨୯ନମ୍ବର ସ୍ଥିତିରୁ ଉଠାଇ ଜିଲ୍ଲାକୁ ସମ୍ପନ୍ନ ଓ ସମ୍ବଳଯୁକ୍ତ କରାଯିବା,ପ୬ତ୍ୟେକ ପଂଚାୟତକୁ ପ୍ରସ୍ଥାବିତ ଉପକୂଳ ରାଜପଥ ଓ ୫ନମ୍ବର(କ) ଜାତୀୟ ରାଜପଥ ସହିତ ସଂଯୁକ୍ତ କରାଯିବା,ପକ୍କାଘର ନଥିବା ପ୍ରତ୍ୟେକ ପରିବାରକୁ ୨୦୨୧ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରାଯିବା,ପ୍ରତ୍ୟେକ ପଂଚାୟତକୁ ପୂର୍ଣ୍ଣ ସ୍ୱଛତାଯୁକ୍ତ,ଭୋକମୁକ୍ତ,ନାରୀସୁରକ୍ଷାଓ ନିଶାମୁକ୍ତ ସୁନିଶ୍ଚିତ କରାଯିବା ପାଇଁ ସରପଂଚଙ୍କୁ ଅଧିକୃତ କରି ଉତ୍ତର ଦାୟିତ୍ୱ ନ୍ୟସ୍ତ କରିବା,ଜଙ୍ଗଲ,ଜୀବଜନ୍ତୁ,ମଣିଷ ଓ ପରିବେଶରେ ନିଷ୍ପେସିତ ଉପକୂଳିଆ ଜନତାକୁ ପ୍ରତିବର୍ଷ ୬ମାସ ପାଇଁ ଜୀବିକା ଭତ୍ତା ପ୍ରଦାନ କରିବା ପ୍ରଭୃତି ରହିଛି ।


