ସତ୍ୟ ମହିମା ଆଶ୍ରମରେ ବସ୍ତ୍ର ଓ ଖାଦ୍ୟ ବଂଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଣ୍ଡଗିରିସ୍ଥିତ ସତ୍ୟ ମହିମା ଆଶ୍ରମଠାରେ ପବିତ୍ର ଗଣେଶ ପୂଜା ଅବସରରେ ସମାଜସେବିକା ନେହା କୌରଙ୍କ ୩୨ତମ ଜନ୍ମ ଦିବସ ଉପଲକ୍ଷେ ଉକ୍ତ ଆଶ୍ରମଠାରେ ମହିଳାମାନଙ୍କୁ ବସ୍ତ୍ର ଓ ଖାଦ୍ୟ ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଧୁ ମଧୁସୁଦନ ଦାସଙ୍କ ପୌହିତ୍ୟରେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଓଡ଼ିଶାର ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ପ୍ରାଧାନ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ନିଆରା ଭାବେ ଜନ୍ମଦିବସ ପାଳନ ହୋଇଥିଲା । ସମାଜସେବୀ ନାରାୟଣ ଖୁଂଟିଆଙ୍କ ସହିତ ଅତିଥି ଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଶୁଭଲକ୍ଷ୍ମୀ ପାଲ ଉପସ୍ଥିତ ରହିବା ସହିତ ଜଗତ କଲ୍ୟାଣ ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ ରାହୁଲ,ଧନ୍ୟବାଦ ଅର୍ପଣ କରିଥିବାବେଳେ ସହଯୋଗ କରିଥିଲେ ପଦ୍ମଚରଣ ବେହେରା, ହୃଦାନନ୍ଦ ଜେନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ