ସଦ୍ୟଜାତ ଶିଶୁର ମୃତଦେହକୁ କୁକୁର ଧରି ବୁଲିଲା

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୁକୁରଟି ସକାଳୁ ସକାଳୁ ବୈତରଣୀ ନଦୀପଟୁ ଏକ ଶିଶୁକନ୍ୟାର ମୃତଦେହକୁ ଧରି ଗାଁ ଗାଁ ବୁଲିଥିଲା । ଲୋକମାନେ ପାଟିକରିବାରୁ କୁକୁରଟି ହୀରାପୁର ଗାଁରେ ତାର ଛୁଆ ମାନଙ୍କ ନିକଟରେ ମୃତ ଶିଶୁକନ୍ୟା ଟିକୁ ଛାଡି ଯାଇଥିଲା । କିଛି ସମୟ ପରେ ପୁଣି ଆସି ତାହାକୁନେଇ ବୈତରଣୀ ନଦୀ ଆଡେ ନେଇ ପଳାଇଥିଲା । କେହି ଯୁବତୀ ଲୋକଲଯ୍ୟା ଭୟରେ ସଦ୍ୟଜାତ ଶିଶୁକନ୍ୟାଟିକୁ ନଦୀ ପଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ