ସନିଆ ବିଷୋୟୀ ହତ୍ୟା ମାମଲା , ଆଉ ଜଣେ କୋର୍ଟ ଚାଲାଣ
ସୋରଡା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ବିଜେଡି ନେତା ସନିଆ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ଏକ ବର୍ଷ ହେଲା ସନିଆ ହତ୍ୟା ମାମଲାରେ ପୋଲିସକୁ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୂର୍ବରୁ ଏହି ହତ୍ୟା ମାମଲାରେ ପେ।।ଲିସ ଜଣକୁ ଏନକାଉଣ୍ଟର କରବା ସମେତ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବରଗଡ ପୋଲିସ ଏକ ବର୍ଷ ପରେ ପୁଣି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ପୋଲିସ ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ସଂଖ୍ୟା ୧୪ ରେ ପହଞ୍ଚିଛି । ଗତକାଲି କୈାଣସି ଏକ ବିଶ୍ୱସ୍ଥ ସୂତ୍ରରୁ ପୋଲିସ ଖବର ପାଇ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଚକାନୟନ କୁ ଖୋଜୁଥିଲା ।ଚମାଖଣ୍ଡି ଥାନା ମାଟି ଖାଇ ଗ୍ରାମର ଚକା ପରିଡା କୁ ବଡଗଡ ପୋଲିସ ଗିରଫ କରିବାକୁ ଖୋଜୁଥିବା ସମୟରେ କୈାଣସି ବିଶ୍ୱସ୍ତ ସୁତ୍ରରୁ ଚକାନୟନ ହିଞ୍ଜିଳି ଥାନା ବଜାରରେ ବୁଲୁଥିବାର ଖବର ପାଇଥିଲା । ହିଞ୍ଜିଳି ପୋଲିସ ଚକାନୟନକୁ ଗିରଫ କରି ବଡଗଡ ପୋଲିସ କୁ ହସ୍ତାନ୍ତର କରିଥିଲା ।ବଡଗଡ ପୋଲିସ ଅଭିଯୁକ୍ତ ଚକାନୟନକୁ ଗିରଫ କରି ସୋରଡା କୋର୍ଟ ଚାଲାଣ କରିଛି ।ପ୍ରକାଶ ଥାଉକି ୪/୫/୨୦୧୮ ମସିହାରେ ବିଜେଡି ନେତା ସନିଆ ବିଷୋୟୀ ହତ୍ୟା ବଡଗଡ ପୋଲିସ ଥାନା ଠାରୁ ମାତ୍ର ୫୦ ମିଟର ଦୂରତାରେ ଦିନ ଦ୍ୱିପହରରେ ହତ୍ୟା କରାଯାଇଥିଲା । ସେହିଦିନ ସନିଆ ବିଷୋୟୀଙ୍କ ଭାଇର ବାହାଘର ଥିବାରୁ ଖଲି ପ୍ଲେଟ ନେବା ପାଇଁ ସେ ବଡଗଡ ଚାରି ଛକକୁ ଆସିଥିବାବେଳେ ସନିଆ ବିଷୋୟୀଙ୍କ ଉପରକୁ ଗୁଳି ମାଡ କରିବା ସହ ଖଣ୍ଡାରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ଲୋକଙ୍କୁ ଭୟଭୀତ କରାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଚକା ନୟନର ଭାଇଙ୍କ ବାହାଘରର ଆଉ ୨ ଦିନ ପରେ ବାହାଘର ହୋଇଥାନ୍ତା ଅର୍ଥାତ୍ ୬/୫/୨୦୧୮ ରେ ସେ ବିବାହ କରିଥାନ୍ତେ । ଦିନ ଦ୍ୱିପହରରେ ବିଜେଡି ନେତା ସନିଆ ବିଷୋୟୀଙ୍କୁ ହତ୍ୟା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।ଏହି ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଥିବା ବେଳେ ପୋଲିସ ଚକାନୟନକୁ ଗିରଫ କରିବା ପରେ ସନିଆ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪ ରେ ପହଞ୍ଚିଛି । ଚକାନୟନକୁ ଗିରଫ କରି ବଡଗଡ ପୋଲିସ ସୋରଡା କୋର୍ଟ ଚାଲାଣ କରିଛି ।