ସନ୍ଦେହଜନକ ଅବସ୍ଥାରେ ଯୁବକର ମୃତ୍ୟୁ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ଲକ୍ ଡାଉନ୍ ଚାଲିଥିବା ବେଳ ରକ୍ତ ରଂଜିତ ହେଉଛି ବାମନଘାଟି ମାଟି । ହତ୍ୟା, ଦୁର୍ଘଟଣା, ବ୍ୟଭିଚାର,ଚୋରି, ଚୋରା ମଦ କାରବାର, ଜୁଆଖେଳ ବୃଦ୍ଧି ପାଉଛି ।ଆଇନକୁ ଫୁ କରୁଛନ୍ତି ଅସାମାଜିକ ମାନେ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ପାନପୋଷି ଗ୍ରାମରେ ଘର ଆଗରେ ଜନୈକ ଯୁବକ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଶନିବାର ଅପରାହ୍ନରେ ପାନପୋଷି ଗ୍ରାମର ଚକ୍ରଧର ମ଼ହାନ୍ତ ଶନିବାର ଦିନ ବାଇକରେ ଟାଟା ଯିବା ପାଇଁ ଘରୁ ବାହାରିଥିଲେ ।ପରେ ରାତି ୭ଟା ପାଖାପାଖି ସମୟରେ ହଠାତ୍ ଘରକୁ ଫେରି ଆସିବାବେଳେ ଘର ସାମନା କୋଣରେ ଗଛଲତା ଥିବା ଅନ୍ଧାରୁଆ ଜାଗାରେ ଘର ନିର୍ମାଣ ଲାଗି ଆସିଥିବା ଲୁହା ଛଡ଼ ଉପରେ ଚଢିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ସେଠାରେ ପଡିଥିବା ଲୁହାଛଡ ମଥାରେ ବାଜିଥିଲା ଓ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ହରାଇ ପଡିଥିଲେ ।ପରେ ପୁଅ ତାଙ୍କର ଘରକୁ ଫେରି ଦେଖନ୍ତେ ବାପା ତାଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ।ସେଇଠୁ ମା’କୁ ଡାକିଥିଲେ ।ମା ଓ ପୁଅ ୧୦୮ ଆମ୍ବୁଲାନ୍ସର ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ରାସ୍ତାରେ ଚକ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା । ଡାକ୍ତରଙ୍କ ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ରେଣୁବାଳା ସାହୁ ଖବର ପାଇ ଛାନଭିନ ଆରମ୍ଭ କରିଦେଇଛନ୍ତି ।ତଦସହ ମୃତକଙ୍କୁ ପତ୍ନୀଙ୍କ ଦ୍ଵାରା ଲିଖିତ ଯେ ତାଙ୍କ ସ୍ୱାମୀ ବାଇକ ଦୁର୍ଘଟଣାରେ ମରିଛନ୍ତି ସେହି ଆଧାରରେ ପୋଲିସ ୮୮/୨୦ ମାମଲା ରୁଜୁ କରିଛନ୍ତି ।ଲାଗ ଲାଗ ଏହି ମାସକ ମଧ୍ୟରେ ଚାରି ଚାରିଟି ହତ୍ୟାକାଣ୍ଡରେ ବାମନଘାଟି ମାଟି ରକ୍ତ ରଂଜିତ ହୋଇପଡିଛି ଓ ପୋଲିସର ଚିନ୍ତା ବଢାଇ ଦେଇଛି । ଚକ୍ରଧର ମହାନ୍ତ ନିଜ ଦାଣ୍ଡ ସାମ୍ନାରେ ବାଇକ ଦୁର୍ଘଟଣାରେ ମୃତ କେମିତି କେମିତି ଲାଗୁଛି, ନା ଅନ୍ୟ କିଛି କାରଣ ଅଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ରିପୋର୍ଟ ଆସିଲେ ଅସଲି ଘଟଣାର ପର୍ଦ୍ଧାଫାଶ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ