ସଫଳତା ସାଉଁଟୁଛି “ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍ ଫିଲ୍ମ “ଜୋକର’ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଛି । ତୋଡ୍ ଫିଲିପ୍ସ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ “ଜୋକର’ରେ ଜୋକ୍ସିନ୍ ଫୋଏନିକ୍ସ ମାନସିକ ରାଗରେ ପୀଡ଼ିତ ଅସଫଳ ଷ୍ଟାଣ୍ଡଅପ୍ କମେଡିଆନ ଆର୍ଥର ପ୍ଲେକ୍ସଙ୍କ ଭୂମିକାରେ ନଜର ଆସିଛନ୍ତି । ଭାରତର ମେଟ୍ରୋ ସିଟିର କେତେକ ହଲରେ ଏହା ରିଲିଜ୍ ହୋଇଥିବାବେଳେ ପ୍ରଥମ ସପ୍ତାହରେ ଫିଲ୍ମଟି ୩୨.୭ କୋଟି ଟଙ୍କାର ବ୍ୟବସାୟ କରିଛି । ପ୍ରଥମ ଦିନରେ ଏହା ୫.୧୫ କୋଟି ଟଙ୍କା ଆୟ କରିଥିଲା । ଜୋକ୍ସିନ୍ ଙ୍କ ବ୍ୟତୀତ ରବର୍ଟ ଡି ନିରା, ବିଲ୍ କାମ୍ପ, ଫ୍ରାନ୍ସେସ୍ କାନରଏ, ବ୍ରିଟ୍ କଲେନ୍‌, ଗ୍ଲନ୍ ଫ୍ଲେସଲର, ମାର୍କ ମାରାନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଅନ୍ୟପଟେ ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ଜୋରଦାର ରୋଜଗାର କରିଛି ହ୍ରିତିକ୍ ରୋଶନ ଓ ଟାଇଗର ସ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ୱାର୍ । ଭାରତରେ ୪ ହଜାର ସ୍କ୍ରିନରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୮ ଦିନ ଭିତରେ ୨୧୬.୬୫ କାଟି ଟଙ୍କା ରୋଜଗାର କରିଛି । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରି ସେଲିଂରେ ଏହା ୩୦ କାଟିରୁ ଊର୍ଦ୍ଧ୍ୱ ଆୟ କରିଥିବାବେଳେ ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୫୧.୬୦ କାଟି ଟଙ୍କା କଲେକ୍ସନ କରିଥିଲା । ଏଥିସହ ଚଳିତବର୍ଷ ରିଲିଜ ହୋଇଥିବା ସମସ୍ତ ବଲିଉଡ୍ ଫିଲ୍ମ ମଧ୍ୟରୁ ଅଧିକ ଆୟ କରି ହ୍ରିତିକ୍‌-ଟାଇଗରଙ୍କ ମୁଭି “ୱାର୍‌’ ରେକର୍ଡ ସୃଷ୍ଟି କରିଛି । ଆକ୍ସନ, ଥ୍ରୀଲର ଓ ସସ୍ପେନ୍ସକୁ ନେଇ ନିର୍ମିତ ଏହି ଫିଲ୍ମରେ ଟାଇଗର ହ୍ରିତିକ୍‌ଙ୍କ ଶିଷ୍ୟ ଭୂମିକାରେ ନଜର ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ