ସବ-ସୋନିକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ

ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଆଜି ଓଡିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ସବ-ସୋନିକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି । ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷଣ କରିବା ପାଇଁ କମ ଉଚ୍ଚତାରୁ ଷଷ୍ଠ ଥର ପାଇଁ ଏହାର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଥମେ ଉପରକୁ ଉଠିବା ପରେ ସମାନ୍ତରାଳ ପଥ ଦେଇ ନିର୍ଦ୍ଧିଷ୍ଟ ଦିଗରେ ଗତି କରି ଲକ୍ଷ୍ୟଭେଦ କରିଥିଲା । ଏହି କ୍ଷେପଣାସ୍ତ୍ର ସମୁଦ୍ର ପଥ ଦେଇ ଖୁବ କମ ଉଚ୍ଚତାରେ ଲକ୍ଷ୍ୟଭେଦ କରିବାକୁ ସମର୍ଥ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଥିଲା । ଏହି ସମଗ୍ର ପରୀକ୍ଷଣକୁ ସମୁଦ୍ର ତଟରେ ଲଗାଯାଇଥିବା ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ, ରାଡାର ଓ ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ ଦ୍ୱାରା ଟ୍ରାକ କରାଯାଇଥିଲା । ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ