ସମଗ୍ର କନ୍ଧମାଳ ରେ ପ୍ରବଳ ଝଡ଼ ତୋଫାନ ସହ କୁଆ ପଥର ବର୍ଷା : ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ତିନି ଦିନ ହେଲା ଅଦିନିଆ ବର୍ଷା ଜନଜୀବନ କୁ ଅସ୍ତବ୍ୟସ୍ତ କରିଲାଣି ପ୍ରବଳ ବର୍ଷା ସାଙ୍ଗକୁ ପବନ ଘରଦ୍ୱାର ଉଡାଇ ଦେଇ ଥିବା ବେଳେ ଲୋକେ ବେସାହାରା ହୋଇ ବାରଦ୍ୱାର ଶୁଣ୍ଡି ପିଣ୍ଡା ହେଉଥିବା ବେଳେ ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ସବୁ ଅଞ୍ଚଳରେ ବର୍ଷା ସାଙ୍ଗକୁ କୁଆପଥର ବର୍ଷା, ବେଡ଼ିଉପରେ କରୋଡା ମାଡ଼ ସଦୃଶ । ଅବିଶ୍ରାନ୍ତ କୁଆପଥର ପଡିବା ରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା। କୁଆପଥର ବର୍ଷା ସହ ବିଜୁଳି, ଘଡଘଡି, ଜୋର ପବନ ମଧ୍ୟ ହୋଇଥିଲା। ଦୀର୍ଘ ୩ଦିନ ହେଲା ଏହିପରି ଖରାପ ପାଗ ଯୋଗୁଁ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କ ର ବହୁତ କ୍ଷତି ଘଟିଛି l ଏହା ସହ ପନିପରିବା ବଗିଚା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, କଦଳୀ ବଗିଚା ରେ କଦଳୀ କଷି ଆରମ୍ଭ ହୋଇଥିବା ଠାରୁ ଖାନ୍ଦୀ ପଡ଼ିଥିବା ଅଧିକାଂଶ ଗଛ ଅଧାରୁ ମୋଡ଼ି ଦେଇଛି l ଗତକାଲି କାଲିଶା ପଦର ଓ ଶରଧା ପୁର ରେ କିଛି ଲୋକଙ୍କ ର ଘରର ଛପର ଉଡିଯାଇଥିବା ଖବର ପ୍ରକାଶ ପରେ ମଧ୍ୟ ସରକାରୀ ସହାୟତା ଏଯାଏଁ ପହଞ୍ଚି ନଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ ନଥିବା ବେଳେ କରୋନା ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ହୋଇଥିବା କ୍ଵାରେନଣ୍ଟଏନ ଗୃହ ଗୁଡିକ ଅନ୍ଧାରରେ ରହିଛି l ତୁମୁଡିବନ୍ଧ ବିଦ୍ୟୁତ ବିଭାଗ ର ଯନ୍ତ୍ରୀ ତୁମୁଡିବନ୍ଧରେ ନ ରହି ବାଲିଗୁଡା ରେ ରହୁଥିବା ଯୋଗୁଁ ବିଦ୍ୟୁତ କେତେବେଳେ କାମ ହେବ ଓ କେତେବେଳେ ଆସିବ ତାହା ଜାଣିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟ ହେଉଛି l ତୁମୁଡିବନ୍ଧ ବ୍ଲକ ଡ଼ଡଙ୍ଗ ଗ୍ରାମରେ ମାତ୍ରାଧିକ କୁଆପଥର ବର୍ଷା ହୋଇଥିବା ଫୋଟୋ ଗୋପାଳ ପାଟମଝି ଉଠାଇଥିବା ଦୃଶ୍ୟ କେତେ ଭୟଙ୍କର କୁଆ ପଥର ବର୍ଷା ହେଉଛି ସେଥିରୁ ଅନୁମାନ କରିହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ