ବିଧାୟକ ଓ ନଗର କଂଗ୍ରେସ ତରଫରୁ ଅର୍ଣ୍ଣବଙ୍କ ବିରୁଦ୍ଧରେ ଥାନାରେ ଏତଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ରିପବ୍ଲିକ୍ ଟିଭିର ଚିଫ୍ ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲାର ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ପାରଳା କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା ଥାନାରେ ଏତଲା ଦେଇଥିବା ଜଣାଯାଇଛି । ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଗଜପତି ଜିଲ୍ଲାର ମୋହନା ଥାନାରେ ଏତଲା ଦେଇଥିବା ବେଳେ ପାରଳା କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏମାନେ ଏହି ଏତଲାରେ ଅଭିଯୋଗ କରିଛନ୍ତି,ମହାରଷ୍ଟ୍ରର ପାଳଘର ଠାରେ ୨ସନ୍ଥଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାରେ ରିପବ୍ଲିକ୍ ଟିଭିର ଚିଫ୍ ଏଡିଟର ଅର୍ଣ୍ଣବ ଗୋସ୍ୱାମୀ କଂଗ୍ରେସକୁ ଦାୟୀ କରିବା ସହ କଂଗ୍ରେସ ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦାୟୀ କରିବା ସହ କଂଗ୍ରେସ ଦଳକୁ ଭର୍ତ୍ସନା କରିଛନ୍ତି । ଏହା କଂଗ୍ରେସ ଦଳର ସ୍ୱାଭିମାନରେ ଆଞ୍ଚ ଆଣିଛି । ତେଣୁ ଏହାକୁ ବିରୋଧ କରି ଏତଲା ଦିଆଯାଇଛି । ଏହି ଦୁହେଁ ପୃଥକ୍ ପୃଥକ୍ ଭାବେ ମୋହନା ଓ ପାରଳା ଥାନାରେ ଏତଲା ଦେଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ