ସମଣାରେ ବିଜେପିର ମିଶ୍ରଣପର୍ବ, ୪୦ରୁ ଉର୍ଦ୍ଧ ଯୁବକ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସମଣା ଠାରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣପର୍ବରେ ସମଣା ପଞ୍ଚାୟତର ୪୦ରୁ ଉର୍ଦ୍ଧ ଯୁବକ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରିବାସହ ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ । ଶାଳଣିଆଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆଲୋକ ଦାଶଙ୍କ ସଂଯୋଜନାରେ ସମଣା ଖେଳ ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁରର ବିଜେପିନେତା ଆଲୋକ ସେଠୀ, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଅଧର ବେହେରା, ରମାକାନ୍ତ ନାୟକ, ଜ୍‌୍ୟାନେନ୍ଦ୍ର ଜେନା, କୈଳାଶ ଜେନା, ଅନନ୍ତ ବେହେରା, ଅନିଲ ସା, ସୁଶାନ୍ତ ସାଉ, ପର୍ଶୁରାମ ଜେନା, ପ୍ରଫୁଲ ସେନାପତି ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ଉତ୍ତରୀୟ, ଟୋପି ଦେଇ ଦଳକୁ ସ୍ୱାଗତ କରିଥିଲେ । ପୁର୍ବତନ ସରପଞ୍ଚ କାଳନ୍ଦୀ ଖଟୁଆ, ସୁରେନ୍ଦ୍ର ମାଝୀ, ଚଗୁଲୁ ଚକ୍ର, ଆଦିକନ୍ଦ ସା, ମଙ୍ଗୁଳି ପ୍ରଧାନ, ଗୌରାଙ୍ଗ ମାଝୀ, ଶାନ୍ତନୁ ବିଶ୍ୱାଳ, କୁଳମଣି କାଣ୍ଡି, ଅମର ସା, ଧୁଶାସନ କାଣ୍ଡି, ଗୌତମ କାଣ୍ଡି, ବିଜୟ ସାହା, ଶିଶିର ସାହା, ରାମ ମାଝୀ, ବାବୁଲି କାଣ୍ଡି, ଯୁଦ୍ଧିଷ୍ଠିର ମାଝୀ, ଲକ୍ଷ୍ମୀଧର ମାଝୀ, ଭ୍ରମର ସା, ଅଜୟ କାଣ୍ଡୀଙ୍କ ସମେତ ୪୦ଜଣ ବ୍ୟକ୍ତି ବିଜେପିରେ ଯୋଗଦେଇଥିଲେ । ପଞ୍ଚାୟତ ବିଜେପି ସଭାପତି ଆଲୋକ ଜେନା ମଞ୍ଚ ପରିଚାଳନା କରିଥିବାବେଳେ ଅଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ