ସମଣା ପଞ୍ଚାୟତରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ):ସମଣା ପଞ୍ଚାୟତରେ ଭତ୍ତା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଚଳିତମାସ କିଛି ହିତାଧିକାରୀଙ୍କୁ ନୁତନ ଭର୍ତ୍ତ ପ୍ରଦାନ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ପୁର୍ବର ତିନିମାସ ହିତ ଆଗାମି ୪ମାସ ପାଇଁ ଭତ୍ତା ଟଙ୍କା ଦିଆଯାଇଥିବାବେଳେ ପୁର୍ବ ତିନିମାସର ଟଙ୍କା ଦିଆ ନଯାଇ କେବଳ ଆଗାମି ୪ମାସର ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତ ଅଧିନସ୍ଥ ତେଲସିଙ୍ଗା ଗ୍ରାମର ଗୋପୀନାଥ ବାରିକ ନାମକ ଜଣେ ବ୍ୟକ୍ତି ତାଙ୍କର ୭ମାସର ଭତ୍ତା ବାବଦ ୩୫୦୦ଟଙ୍କା ଆସିଥିବାବେଳେ ସଂପୃକ୍ତ ପଞ୍ଚାୟତର ଜିଆରଏସ ତାଙ୍କୁ ଚାରି ମାସର ଭତ୍ତା ବାବଦ ଟଙ୍କା ୨୦୦୦ଦେଇଛନ୍ତି ବୋଲି ସେ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ଜିଆରଏସଙ୍କୁ ପଚାରିବାରେ ସେ ପରେ ଚିଠି ଆସିବାରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ୧୫୦୦ ଲେଖାଏଁ ଦିଆଯାଉଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ