ସମବାୟ ବ୍ୟାଙ୍କ ଶାଖାର ସାଧାରଣ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଠାରେ ପରିଚାଳକ ମାନସ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାଙ୍କ ସମ୍ପାଦକ ଆଦିତ୍ୟ ପତି, ବାଲେଶ୍ୱର-ଭଦ୍ରକ ସମବାୟ ସମୂହ ଉପନିବନ୍ଧକ ପ୍ରଶାନ୍ତ କୁମାର ମହାନ୍ତି, ପରିଚାଳକ ଅଶ୍ୱିନୀ ନାୟକ, ସହାକାରୀ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ, ପ୍ରଜ୍ଞାପରମିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆର୍ଥିକ କାରବାର ସମ୍ପର୍କରେ ମତ ଦେଇଥିଲେ । ବାର୍ଷିକ ଋଣ ଲଗାଣ ଓ ଆଦାୟ, ସମିତି ଅଧିନ ଧାନକ୍ରୟ ଓ କମ୍ପ୍ୟୁଟରିକରଣ କାର୍ଯ୍ୟ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ବୈଠକରେ ତେସିଙ୍ଗା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ନାଆମୀ ସମିତି ସମ୍ପାଦକ ରବିନ୍ଦ୍ର ମହାନ୍ତି, ରହଣିଆ ସମିତି ସମ୍ପାଦକ ସନ୍ତୋଷ ଦାସ, ନେରଡା ସମବାୟ ସମିତି ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ଜଳମଣ୍ଡୁଆ ସମିତି ସମ୍ପାଦକ ଜୟନ୍ତ ଭୋଇ, ନାରାୟଣପୁର ସମିତି ସମ୍ପାଦକ ସୁମନ୍ତ ସେନାପତି, ବାଲିପୋଖରୀ ସମିତି ସମ୍ପାଦକ ପୀନାକ୍ଷି ଦାସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ