ବାଲି ଟ୍ରାକ୍ଟର ଠାରୁ ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ପଞ୍ଚାୟତ ମଣିନାଥପୁର,ସ୍ୱାମପାଟଣା, ମୁଢାପଦା ପ୍ରମୁଖ ଘାଟରୁ ଦୈନନ୍ଦିନ ଶହଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି । ବେଆଇନ ଚାଲାଣକୁ ରୋକିବାରେ ପୁଲିସ ଓ ତହସିଲ ବିଭାଗ ବିଫଳ ହୋଇଥିବାବେଳେ ଲୋକଦେଖାଣିଆ ବେଳେବେଳେ ଚଢାଉ କରି ଅଧିକାରୀ ମାନେ ବାହାବାହା ନେଉଛନ୍ତି । ଏହିକ୍ରମରେ ଆଜି ତହସିଲଦାର ମୃତ୍ୟୁଞ୍ଜୟ ଭୂୟା ଓ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ବୈତରଣୀ ନଦୀକୂଳ ଜଗନ୍ନାଥପ୍ରସାଦ ଠାରୁ ମୁଢାପଦା ଯାଏଁ ଚଢାଉକରି ବାଲି ଟ୍ରାକ୍ଟର ଧରିବାକୁ ଉଦ୍ୟମ କରିଥିଲେ । ଆଗୁଆ ସୂଚନା ପାଇ ବାଲି ଚୋର ମାନେ ସତର୍କ ହୋଇଯାଇଥିବାବେଳେ ମୁଢାପଦା ଠାରେ ୫/୬ଟି ଟ୍ରାକ୍ଟର ହାବୁଡରେ ପଡିଥିଲେ । ହେଲେ ତନ୍ମଧ୍ୟରୁ ମାତ୍ର ୨ଗୋଟି ଟ୍ରାକ୍ଟରକୁ କୌଣସି ମତେ ତହସିଲ ପକ୍ଷରୁ ଧରି ଅଧିକାରୀମାନେ ଜୋରିମାନା ଆଦାୟ କରିଛନ୍ତି । ଜୋରିମାନା ବାବଦରେ ଦୁଇଗୋଟି ଗାଡିରୁ ୨୦ହଜାର୨୨୦ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି । ଏଠାରେ ସୂଚିତ ବର୍ଷକ ବାରମାସ ଭଣ୍ଡାରିପୋଖରୀ ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବାବେଳେ ପୁଲିସ ଓ ତହସିଲ ବିଭାଗର ସମ୍ବନ୍ୱୟ ଅଭାବରୁ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ