ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ଡିର ୧୫ଟି ନିର୍ଦ୍ଦେଶକ ନିର୍ଦ୍ବନ୍ଦରେ ନିର୍ବାଚିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ଡିର ୧୫ଟି ନିର୍ଦ୍ଦେଶକ ପଦବୀ ନିମନ୍ତେ  ସମସ୍ତ ନିର୍ଦ୍ଦେଶକ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିଚିତ ହୋଇଥିବାର ଜଣାପଡିଛି | ଏହି ପଦବୀ ନିମନ୍ତେ ୧୫ ଗୋଟି ଜୋନ୍ ପାଇଁ ୨୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ ହେଲେ ଅନ୍ୟ ୧୦ଜଣ ନିଜ ନିଜରପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିବାର ସହରାଞ୍ଚଳ ବ୍ୟାଙ୍କର ନିର୍ବାଚନ ଅଧିକାରୀ ନାରାୟଣ ସେଠୀ ସୂଚନା ପ୍ରଦାନ କରିଛନ୍ତି । ୧୫ଟି ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୮୨୮ଜଣ ସଦସ୍ୟ ନିଜର ମତାଧିକାର ସାବ୍ୟସ୍ତ କରି କରିବା ପାଇଁ ପ୍ରସ୍ତୁତି ହୋଇଥିଲା ତେବେ ନର୍ବାଚନ ମଇଦାନରେ ଜୋନ୍ ୧୫ ଗୋଟି ଥିବା ବେଳେ ସମସ୍ତ ଜୋନ୍ ପାଇଁ ୧୫ ପ୍ରାର୍ଥୀହିଁ ଆବେଦନ କରିଥିଲେ | ଜୋନ୍‌ ନଂ-୧୫ରେ ୧୯୬ଜଣ ସଦସ୍ୟ ରହିଥୁବା ବେଳେ ଅନ୍ୟ ସମସ୍ତ ଜୋନ୍‌ ରେ ୧୮୮ଜଣ ଲେଖାଁଏ ସଦସ୍ୟ ରହିଛନ୍ତି । ଜୋନ୍‌ ନଂ-୧ରେ ଭାନା ଦଣ୍ଡାସୀ, ଜୋନ୍‌ ନଂ-୨ରେ ଅଭିମନ୍ୟୁ ପଣ୍ତା, ଜୋନ ନଂ-୩ରେ ଲକ୍ଷ୍ମୀକାନ୍ଧ ପରିଚ୍ଛା, ଜୋନ୍‌ ନଂ-୪ରେ ଦାନନା ଆପାରାଓ, ଜୋନ୍‌ ନଂ-୫ରେ ଆନି ଶଙ୍କର ରାଓ, ଜୋନ୍‌ ନଂ-୬ରେ ଶ୍ରୀମତି ଅନୀତା କୁମାରୀ ପଣ୍ତା, ଜୋନ୍‌ ନଂ-୭ରେ ଗୀତାରାଣି ପଣ୍ତା, ଜୋନ୍‌ ନଂ-୮ରେ  ୱାଇ. ଗାଡେୟା, ଜୋନ୍‌ ନଂ-୯ରେ କର୍ଣ୍ଣମ ରବିକୁମାର, ଜୋନ୍‌ ନଂ-୧୦ରେ ଜମାଦାର ପଟନାୟକ, ଜୋନ୍‌ ନଂ-୧୧ରେ ଉଷାବତୀ ମହାରଣା, ଜୋନ୍‌ ନଂ-୧୨ରେ ଶ୍ରୀଦେବୀ ବକ୍ସି, ଜୋନ୍‌ ନଂ-୧୩ରେ ପି. ଆମୁଲୁଆମ୍ନା, ଜୋନ୍‌ ନଂ-୧୪ରେ ଏମ. ରବିରାଜୁ  ଏବଂ ଜୋନ ନଂ-୧୫ ରେ ଆଦର୍ଶ କୁମାର ଦାସ ନିର୍ଦ୍ଦେଶକ ପଦବୀ ସକାଶେ ନାମାଙ୍କନ ପତ୍ର ଦାଖଲ କରିଥିଲେ  | ହେଲେ ସେମାନଙ୍କ ପ୍ରତିଦ୍ବନ୍ଦିମାନେ ଶେଷ ମୂହୁର୍ତ୍ତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକରି ଥିବାରୁ ଉଲ୍ଲେଖିତ ୧୫ ଜଣ  ଧାର୍ଯ୍ୟ ହୋଇଥିବାର ୧୪ତାରିଖରେ ଚୁଡାନ୍ଥ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ