ସମସ୍ତଙ୍କ ସହଯାଗରେ ଦଳକୁ ଶକ୍ତିଶାଳୀ ଉଦ୍ୟମ କରିବି: ପ୍ରଦୀପ ନାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲା ବିଜୁ ଜନତା ଦଳର ସଭାପତି ଭାବେ ପୁନର୍ବାର ପ୍ରଦୀପ କୁମାର ନାୟକଙ୍କୁ ରାଜ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ଏଥ ôପାଇଁ ଚାଲିଥିବା ଆଶାୟୀଙ୍କ ଅଙ୍କକଷା ଓ ଛକାପଞ୍ଝାର ପରିସମାପ୍ତ ଘଟିଛି । ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଉପରେ ଦ୍ୱିତୀୟଥର ପାଇଁ ଦଳ ଭରସା କରିଥିବାରୁ ଜିଲାରେ ଦଳକୁ ସମସ୍ତଙ୍କ ସହଯାଗରେ ଅଧିକ ଶକ୍ତିଶାଳୀ କରିବାପାଇଁ କାର୍ଯ୍ୟ କରିବେ ବୋଲି ପ୍ରଦୀପ ନାୟକ କହିଛନ୍ତି । ସେହିପରି ଆଗକୁ ଆସୁଥିବା ପୌର ନିର୍ବାଚନ ଏବଂ ସମବାୟ ନିର୍ବାଚନରେ ଦଳ ଯେପରି ସଫଳତା ହାସଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ । ପ୍ରଦୀପ ନାୟକ ପୁଣି ସଭାପତି ଭାବେ ମନୋନୀତ ହୋଇଥିବାରୁ ଗଜପତି ଜିଲ୍ଲା ବିଜେଡି ଦଳରେ ଖୁସିର ଲହରୀ ଖେଳି ଯାଇଛି । ଆନନ୍ଦରେ କର୍ମୀ ଓ ନେତାମାନେ ପ୍ରଦୀପ ନାୟକଙ୍କୁ ଫୁଲମାଳ ଓ ଫୁଲତୋଡା ଦେଇ ମିଷ୍ଟାନ୍ନ ଖୁଆଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ, ଜିଲା ବିଜେଡିର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଲକ୍ଷୀ୍ମ କାନ୍ତ ପରିଚ୍ଛା, ରାଜେନ୍ଦ୍ର ବେହେରା, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ପାଣ୍ଟଲା ପ୍ରସାଦ,ଭରତ ଭୁଷଣ ମହାନ୍ତି ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀମାନେ ପ୍ରଦୀପ ନାୟକଙ୍କୁ ପୁଣି ଥରେ ସଭାପତି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଥିବାରୁ ତାଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଜପତି ଜିଲ୍ଲାରେ ଏକ ନମ୍ବର ଦଳ ହିସାବରେ ପରିଗଣିତ ହେବା ନିଶ୍ଚିତ ବୋଲି ଏହି ନେତାମାନେ ମତବ୍ୟକ୍ତ କରିଛନ୍ତି ।