ସମସ୍ୟା ସମାଧାନ ପାଇଁ ଆସିଲେ ବିଶେଷଜ୍ଞ ଦଳ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ଅଧୀନ ବୋଡକ ନିକଟରେ ଏନ.ଏଚ.୨୦ରେ ବାରମ୍ବାର ବୈତରଣୀ ନଦୀକୁ ଧସୁଥିବା ପ୍ରାୟ ୭୫ ମିଟର ସ୍ଥାନରେ ମୃତ୍ତିକା ପରୀକ୍ଷଣ ପାଇଁ ୨ ଜଣିଆ ବିଶେଷଜ୍ଞ ଦଳ ବୁଧବାର ଅପରାହ୍ଣରେ ପହଞ୍ଚି ସମସ୍ୟା ସମାଧାନ ଦିଗରେ ଆଚୋଚନା ଜାରି ରଖିଥିଲେ । ନଦୀର ପ୍ରଖର ସ୍ରୋତ ଯୋଗୁଁ ଉକ୍ତ ସ୍ଥାନ ଉପରେ ପ୍ରଭାବ ପଡିବା, ନଦୀ ଶଯ୍ୟାରୁ ରାସ୍ତା ଆଡକୁ ହୋଇଥିବା ଅଭ୍ୟନ୍ତର ସୁଡଙ୍ଗ ଠାବକରି ମରାମତି ପାଇଁ ପଦକ୍ଷେପ ନେବା, ୨ ମିଟର ଅନ୍ତରରେ ବୋରିଂ କରି ଖମ୍ବ ନିର୍ମାଣ କରିବା ଉପରେ ବିଶେଷଜ୍ଞ ମାନେ ଗୁରୁତ୍ବ ଆରୋପ କରିଥିଲେ । ଏହି ସ୍ଥାନରେ ମୃତ୍ତିକା ସଂଗ୍ରହ କରି ପରୀକ୍ଷା କରିସାରିଲା ପରେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେମାନେ ମତ ପୋଷଣ କରିଥିଲେ । ଏହି ଅବସରରେ ସେମାନେ ପ୍ରାୟ ୫ଟି ସ୍ଥାନରେ ମୃତ୍ତିକା ପରୀକ୍ଷଣ କରିଥିଲେ । ଏନ.ଏଚ. ନିର୍ବାହୀ ଯନ୍ତ୍ରୀ ରାକେଶ ରାଉତ, ଅଧୀକ୍ଷଣ ଯନ୍ତ୍ରୀ ଧ୍ୟାନଚାନ୍ଦ ନାୟକ, ଉପଖଣ୍ଡ ଅଧିକାରୀ ସୁମିତ ସାହୁ, କନିଷ୍ଟ ଯନ୍ତ୍ରୀ ଶକ୍ତିବ୍ରତ ଜେନା, ଶୁଭସ୍ମିତା ପାଣି ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ