ହତ୍ୟାକାରୀକୁ ଗିରଫ ଦାବିରେ ଅବରୋଧ

କୋଦଳା, (ଗୁଲସନ କୁମାର କର):ହତ୍ଯାକାରୀକୁ ଗିରଫ ସହ କ୍ଷତିପୂରଣ ଦାବିରେ ଅବରୋଧ ହୋଇଥିବା ରାସ୍ତାରୋକ ଶେଷରେ ହଟିଛି। ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ଅବରୋଧ ହଟିଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାମ୍‌ସା ଗାଁର ପୂର୍ଣ୍ଣଚନ୍ଦ୍ର ନାହାକ ଓରଫ୍‌ ଟୁକୁଙ୍କୁ ମଙ୍ଗଳବାର କୋର୍ଟରେ ସାକ୍ଷୀ ଦେବାକୁ କହି ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା କରାଯାଇଛି।ଏ ନେଇ ବ୍ରହ୍ମପୁର ପୋଲିସ ଏକ ହତ୍ୟା ମାମଲା ରୁଜୁକରି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ତେବେ ବୁଧବାର ମୃତଦେହ ଗାଁରେ ପହଞ୍ଚିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ସମର୍ଥକମାନେ ବୁଢାଆମ୍ବ-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଏପରି କି ଆନ୍ଦୋଳନକାରୀ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରି ମୃତକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଥିଲେ । ଏହାକୁ ନେଇ ରାମ୍‌ସା ଓ ରିଶିପୁର ଗାଁରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ବିଜେଡ଼ି ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ଅତିରିକ୍ତ ତହସିଲଦାର ପହଞ୍ଚି ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବା ସହ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶବକୁ ଶ୍ମଶାନ ନେଇଥିଲେ ସ୍ଥାନୀୟ ଲୋକେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ