ସମାଜର ପୁର୍ବତନ ଗଜପତି ପ୍ରତିନିଧୀଙ୍କ ବିୟୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ପୁର୍ବତନ ସମାଜର ପ୍ରତିନିଧୀ ବିନୟ କୁମାର ଚୌଧୁରୀଙ୍କ ବିୟୋଗ ଘଟିଛି । ଗତକାଲି ରାତିରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନା ପରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜେମସ୍ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଆଜି ଭୋରରେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବିନୟ ଚୌଧୁରୀଙ୍କ ବିୟୋଗରେ ଗଜପତି ଜିଲ୍ଲାର ସମସ୍ତ ସାମ୍ବାଦିକ ଯଥା,ଗରୁଡ ଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ଜଗଦୀଶ ପଣ୍ଡା,ଗଣେଶ ରାଜୁ,ରଶ୍ମିରଞ୍ଜନ ମିଶ୍ର,ଦେବାଶିସ ପାଢ,ଦ୍ୱିଯେନ୍ଦ୍ର ନାଥ ପାଢୀ,ଆଦର୍ଶ ଦାସ,ରୁପେଶ ସାହୁ,ରାମଗୋବିନ୍ଦ ଆଚାର୍ଯ୍ୟ, କେ.ସି.ଏଚ.ରତ୍ନ, ବାସୁଦେବ ଦାସ,କୃଷ୍ଣ କୁମାର ବେହେରା,ଶିଶିର ଗୌଡ,ବୀର କିଶୋର ପଟ୍ଟନାୟକ,ସନ୍ତୋଷ ପଟ୍ଟନାୟକ, ସରୋଜ ମହାପତ୍ର,ଶ୍ରୀକାନ୍ତ ମହାରଣା,ଏ.ରାମୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜଣାଇ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଆଜି ମଧ୍ୟାହ୍ନରେ ତାଙ୍କ ମରଶରିରକୁ ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ଶ୍ମଶାନ ଘାଟରେ ସତ୍କାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ