‘ସମାଜ’ର ୧୦୨ତମ ସ୍ୱନକ୍ଷତ୍ର ଅବସରରେ ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ଦୈନିକ ‘ସମାଜ’ର ୧୦୨ତମ ସ୍ୱନକ୍ଷତ୍ର ଦିବସ ଅବସରରେ ବାଲେଶ୍ୱର ସଂସ୍କରଣ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ସାଢ଼େ ସାତଟାରେ ଗାନ୍ଧୀ ସ୍ମୃତି ଭବନ ପରିସର ଗୋପବନ୍ଧୁ ପାର୍କରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପଦଯାତ୍ରା ପୂର୍ବରୁ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ କହିଥିଲେ ଯେ ୧୦୨ ବର୍ଷ ଗୋଟିଏ ଖବର କାଗଜ ଚାଲି ଆସିବା ଛୋଟ କଥା ନୁହେଁ । ଏହି ଖବର କାଗଜ ଓଡ଼ିଶାର ଜନଗଣଙ୍କ ମନ ଓ ହୃଦୟ ମଧ୍ୟରେ ରହିଆଛି । ୧୦୨ ବର୍ଷର ଖବର କାଗଜ ଆଜି ବି ଲୋକଙ୍କ ସୁଖ ଦୁଃଖରେ ପହଞ୍ଚୁଛି । ଓଡ଼ିଶାର ଦୁଃଖୀରଙ୍କିଙ୍କ ସେବା କରିବା ପାଇଁ ପ୍ରଥମେ ପହଞ୍ଚି ଯାଉଛି । ଓଡ଼ିଶାର ସବୁ ଲୋକଙ୍କ ମନରେ ସମାଜର ଛବି ଭିନ୍ନ ଭାବେ ଲିପିବଦ୍ଧ ହୋଇ ରହିଛି । ଏହି ଖବର କାଗଜ ଆହୁରି ୧୦୦ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରୁ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଯୋଗଦେଇ ଖବର କାଗଜ ଭାବେ ‘ସମାଜ’ର ତାର ବିଶ୍ୱସନୀୟତା ବଜାୟ ରଖିଛି ବୋଲି କହିଥିଲେ । ପରେ ଅତିଥିମାନେ ଗୋପବନ୍ଧୁ ଉଦ୍ୟାନରେ ଥିବା ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସମସ୍ତ ଅତିଥି ଗୋପବନ୍ଧୁଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ କରିଥିଲେ । ଉଭୟ ଅତିଥି ଶ୍ରୀ ଜେନା ଓ ଶ୍ରୀ ମହାପାତ୍ର ପତାକା ଦେଖାଇ ଉଦ୍‍ଘାଟନ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପଦଯାତ୍ରାରେ ବିଜୁ ମହିଳା ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତ୍ତ, ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ସାମିଲ ଥିଲେ । ପଦଯାତ୍ରା ଗାନ୍ଧୀ ସ୍ମୃତି ଭବନରୁ ବାହାରି ଷ୍ଟେସନ ଛକ, ଏଡିଏମ ଛକ, ଟେକନିକାଲ ପଡ଼ିଆ ଛକ, ଫାଣ୍ଡିଛକ, ଫକୀରମୋହନ ଗୋଲେଇ ଦେଇ ସହର ପରିକ୍ରମା କରିବା ପରେ ପୁଣି ଗାନ୍ଧୀ ସ୍ମୃତି ଭବନରେ ଶେଷ ହୋଇଥିଲା । ‘ସମାଜ’ ବାଲେଶ୍ୱର ସଂସ୍କରଣର ମୁଖ୍ୟ ମଧୁସୂଦନ ଦାସ, ବ୍ୟୁରୋ ଇନଚାର୍ଯ କୁଳମଣି ବାରିକ, ଡେସ୍କ ଇନଚାର୍ଯ ଶଶି ରଞ୍ଜନ ମଲ୍ଲିକ, ରତିକାନ୍ତ ପାଢ଼ୀ, ଅଭୟ କୁମାର ଦାସ, ଜଗନ୍ନାଥ ଖଟୁଆ, ଲଲାଟେନ୍ଦୁ ମହାପାତ୍ର, ସତ୍ୟବ୍ରତ ଜେନା, ପ୍ରଦୀପ କୁମାର ବାରିକ, ସୁଧାଂଶୁ ନାୟକ, ଅଜୟ ଷଡ଼ଙ୍ଗୀ, ଶ୍ରୀକାନ୍ତ ସ୍ୱାଇଁ, ଗୌତମ ସେଣ, ଦିଲୀପ ପରିଡ଼ା ପ୍ରମୁଖଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଗିରୀଶ ଦାଶ, ବିକ୍ରମ ପଣ୍ଡା, ଅର୍ଚ୍ଚନା ନନ୍ଦୀ, ବିପ୍ଳବ କୁମାର ମହାନ୍ତି, ଶତ୍ରୁଘ୍ନ ମଲ୍ଲିକ, ମମତା ମହାପାତ୍ର, ରାଜେଶ ଗିରି, ଡ. ହରିଶ୍ଚନ୍ଦ୍ର ବେହେରା, ଗୌରାଙ୍ଗ ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ରାୟ, ରାଜେନ୍ଦ୍ର ରାଉତ, ଗଙ୍ଗାଧର ରାଉତ, ସାହିରୁଲ ହକ, ହରପ୍ରସାଦ ପାଲ, କାଳୀପଦ ପଣ୍ଡା, ନିକୁଞ୍ଜ ବିହାରୀ ଦାସ, ଡ. ରାଧାରଞ୍ଜନ ପଟ୍ଟନାୟକ, ଯଶୋଦାନନ୍ଦନ ଆଶ, ଲକ୍ଷ୍ମୀଧର ବେହେରା, ଡ. ଭାଗବତପ୍ରସାଦ ଦାସ, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଅଶୋକ କୁମାର ସେନାପତି, ନିରଞ୍ଜନ ପରିଡ଼ା, କିଶୋର ଦାସ, ପ୍ରଦୀପ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁରେଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହ ବାଲେଶ୍ୱର ସଂସ୍କରଣର ସମସ୍ତ କର୍ମଚାରୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ