ରୋଟାରୀ କ୍ଲବ ପକ୍ଷର ନେସନ ବିଲ୍ଡର ସମ୍ମାନ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର (ସେଣ୍ଟ୍ରାଲ ) ପକ୍ଷରୁ ସଭାପତି ରଞ୍ଜନ ମହାନ୍ତି ଙ୍କ ସଭାପତିତ୍ୱରେ ‘ନେସନ ବିଲ୍ଡର ସମ୍ମାନ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ କ୍ଲବର ପ୍ରେରଣାଦାୟୀ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱର ଜିଲ୍ଲା ର ୧୧ ଟି ସ୍କୁଲ ର ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ବିନୋଦ ବିହାରୀ ପଣ୍ଡା, ଡ଼ ସନ୍ଦୀପ କୁମାର ଖଟୁଆ, ନରେନ୍ଦ୍ର କୁମାର ଅଗସ୍ତି, ରବୀନ୍ଦ୍ର ନାଥ ପଣ୍ଡା, ମନୋରମା ବାରିକ, ମହମ୍ମଦ ତହରୁଲ ଇସଲାମ, ହରିପଦ ସାହୁ, ମୁକ୍ତିକାନ୍ତ ସ୍ୱାଇଁ, ବାସୁଦେବ ଦାସ ଏବଂ ବନଜା ବାସିନୀ କର । ‘ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ବାଲେଶ୍ୱର ଜିଲାର ସମସ୍ତ ବିଦ୍ୟାଳୟର ଉନ୍ନତୀକରଣ କରିବା ଉଦ୍ଦେଶ୍ୟରେ ବହୁ ଗଠନ ମୂଳକ ପଦକ୍ଷେପ ଗ୍ରହଣ କରି ଜିଲାକୁ କ୍ରମାଗତ ଭାବେ ଆଠ ଥର ପ୍ରଥମ ସ୍ଥାନ ରେ ପହଞ୍ଚାଇବା ବେଶ ପ୍ରଶଂସନୀୟ କାର୍ଯ୍ୟ ବୋଲି ବିଧାୟକ କହିଥିଲେ । କୋଭିଡ ମହାମାରୀର ତାଣ୍ଡବ ସମୟରେ ପ୍ରବାସୀମାନଙ୍କୁ ସହାୟତା କରିବା ହେଉ ବା ଟୀକାକାରଣ ସମୟ ହେଉ, ବିଭିନ୍ନ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଚାଲିଛନ୍ତି ବୋଲି ସେ ମତ ଦେଇଥିଲେ । କ୍ଳବର ଉପ-ସଭାପତି ଜୟନ୍ତ ରଣା,ଅଧ୍ୟକ୍ଷ ଅବିନାଶ ପାଣିଗ୍ରାହୀ ମଞ୍ଚାସୀନ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରଦୀପ୍ତ ମିଶ୍ର । ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟମ ମିଶ୍ର, ମନୋରଞ୍ଜନ ରାଉତ, ନିର୍ମଳ ମୁଖାର୍ଜୀ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଗୋକୁଳ କୃଷ୍ଣ ବେହେରା, ପ୍ରଦୀପ୍ତ ସେନାପତି, ଗୌରହରି ମଲ୍ଲିକ, ଜୟନ୍ତ ତ୍ରିପାଠୀ, ବିଜେତା ରଣା, ସପନ ବେହେରା, ତାପସ ପ୍ରଧାନ ପ୍ରମୁଖ କ୍ଲବର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।


