ସମାଜସେବୀଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତ ବଙ୍ଗାଳୀ ସାହି ଗ୍ରାମର ସମାଜସେବୀ ଲକ୍ଷ୍ମୀଧର ବେହେରା(୬୨)ଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ଗତ ୨ ମାସ ହେବ କିଡନୀ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ମରଶରୀର ଗ୍ରାମରେ ପହଞ୍ôଚବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ୭ ଭାଇଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ପୁତୁରା ଲିଟୁ ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମପରାୟଣ, ପରପୋକାରୀ, ମେଳାପୀ ବ୍ୟକ୍ତି ଥିଲେ । ସେ ଗ୍ରାମର ବିଭିନ୍ନ ଅନୁଷ୍ଠାନିକ କାର୍ଯ୍ୟରେ ଜଡିତ ଥିଲେ ।