ସମାଜସେବୀଙ୍କ ପରଲୋକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ସମାଜସେବୀ ସେକ ମହମ୍ମଦ ଆୟୁବଙ୍କର ୯୨ବର୍ଷ ବୟସରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ସେ ଜଣେ ମେଳାପି,ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସେକ ମହମ୍ମଦ ଇବ୍ରାହିମଙ୍କ ସମେତ ୫ପୁଅ ଓ ୫ଝିଅ ଉପସ୍ଥିତ ଥିଲେ । ମେହେବୁଦାବାଦସ୍ଥିତ କବରସ୍ତାନରେ ଆଜି ଅପରାହ୍ନ ୨ଟାରେ ଜନାଜା ପାଠ କରାଯାଇ ତାଙ୍କୁ କବର ଦିଆଯାଇଛି ।