ସମାଜସେବୀଙ୍କ ବିଭିନ୍ନ ସ୍ଥାନରେ ମାସ୍କ ଓ ସାନିଟାଇଜର ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ରବିବାର କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଂଚାୟତ ଓ ଗ୍ରାମରେ ବୁଲି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରି କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ସମ୍ପର୍କରେ ବୁଝାଇଛନ୍ତି । ପ୍ରାୟ ୮ଦିନଧରି ସମାଜସେବୀ ଶ୍ରୀ ବେହେରା ଏଭଳି ସେବା କାର୍ଯ୍ୟ କରିଆସୁଥିବାର ଦେଖାଯାଇଛି ।


