ସମାଜସେବୀଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ଓଡ଼ିଆ ସାହିର ସମାଜସେବୀ ପ୍ରଦୀପ ଦଳାଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣବାସୀ ନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁଷମା ଶବର, ପୁରୋହିତ ପ୍ରତାପ ପାଢୀ, ଗ୍ରାମର ବୟୋଜ୍ୟେଷ୍ଠ ଶ୍ରୀବତ୍ସ ପାଇକ, ନାରାୟଣ ପାଇକ ପ୍ରମୁଖ ମଞ୍ଚାସୀନ ଥିଲେ l ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ଏ ଅବସରରେ ତାଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ସ୍ଵର୍ଗତ ପ୍ରଦୀପ ଦଳାଇ ଜଣେ ଯୁବ ନେତା ଓ ଦରଦୀ ବନ୍ଧୁ ଥିଲେ l ଏବଂ ବିଭିନ୍ନ ସଙ୍ଘଗଠନ ସହିତ ସମ୍ପୃକ୍ତ ରହି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି ଅଞ୍ଚଳରେ ବେଶ୍ ଜଣାଶୁଣା ବ୍ୟକ୍ତି ଥିଲେ I ହେଲେ ଗତବର୍ଷ ତାଙ୍କର ଅକାଳ ବିୟୋଗ ହୋଇଥିଲା l ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଅଞ୍ଚଳର ଲୋକ ଯୋଗଦେଇ ଶୋକବ୍ୟକ୍ତ କରିବା ସହ ସ୍ମୃତିଚାରଣ କରିଥିଲେ l କାର୍ଯ୍ୟକ୍ରମକୁ ସ୍ଵର୍ଗତ ପ୍ରଦୀପ ଦଳାଇ ଙ୍କ ଭାଇ ସୁଧୀର ଦଳାଇ, ରବି ଦଳାଇ, ସ୍ତ୍ରୀ ଲକ୍ଷ୍ମୀ ଦଳାଇ, ଭଉଣୀ ଭାଗ୍ୟ ଓ ମିନି ଦଳାଇ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ର ଆୟୋଜନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପ୍ରସାଦ ଘଡାଇଙ୍କ ସହ ଯୁବଗୋଷ୍ଠୀ ପରିଚାଳନା ରେ ସହଯୋଗ କରିଥିଲେ I ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ